Advertisment

Maha Kumbh Mela: ବାବାଙ୍କୁ ବାୟା କଲା ବିଦେଶିନୀଙ୍କ ପ୍ରେମ, ତପସ୍ୟା ଭାଙ୍ଗି ବାହା ହେଇଗଲେ

ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷିର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ।

ଅଦ୍ୟତନ ହୋଇଛି
Russian Woman Finds Love

Russian Woman Finds Love

Advertisment

ଭାଙ୍ଗିଲା ବାବାଙ୍କ ବ୍ରହ୍ମଚର୍ଯ୍ୟ। ତପସ୍ୟା ଭାଙ୍ଗିଦେଲେ ସୁନ୍ଦରୀ। ସାଂସାରିକ ମୋହ ତ୍ୟାଗ କରିଥିବା ବାବା ଏବେ ପୁଣି ପଡ଼ି ଯାଇଛନ୍ତି ସଂସାର ମୋହରେ। ମହାକୁମ୍ଭ ମେଳାରେ ବାବାଙ୍କୁ ବାୟା କରିଛି ବିଦେଶିନୀଙ୍କ ପ୍ରେମ। ଅଘୋରୀ ବାବାରୁ ସେ ସାଜିଲେ ବର। ଆଉ ପୟାଗରାଜର ସଙ୍ଗମସ୍ଥଳରେ ହିଁ ପକାଇଲେ ହାତଗଣ୍ଠି। ବାଇକ୍ ପଛରେ ନିଜ ପ୍ରେମିକାକୁ ବସାଇ ବୁଲିଲେ। କୁମ୍ଭମେଳାରୁ ଏଭଳି କିଛି ନୂଆ ଲଭ୍‌ ଷ୍ଟୋରୀ ଏବେ ସାମ୍ନାକୁ ଆସିଛି।

Advertisment

ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇ ମେଳା ବୁଲିବାକୁ ରୁଷର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ। ଅଘୋରୀ ବାବା ମଧ୍ୟ ବିଦେଶିନୀଙ୍କ ପ୍ରତି ହୋଇଥିଲେ ଆକର୍ଷିତ। ସେ ବି ରୁଷ୍‌ର ଏହି ଯୁବତୀଙ୍କୁ ପ୍ରେମ କରି ବସିଥିଲେ। ପରେ ସନାତନ ଧର୍ମ ଅନୁଯାୟୀ ମହାକୁମ୍ଭରେ ବିଦେଶୀ ଯୁବତୀଙ୍କ ହାତ ଧରିଛନ୍ତି ଅଘୋରୀ ବାବା। ଉଭୟ ବିବାହ କରିଛନ୍ତି।

ଅଘୋରୀ ବାବାଙ୍କ ଏହି ଲଭ୍ ଷ୍ଟୋରୀ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହିନ୍ଦୁ ଧର୍ମ ପ୍ରତି ସେ ବହୁତ ଆକର୍ଷିତ। ସେ ଭଗବାନ ଗଣେଶଙ୍କ ଭକ୍ତ ବୋଲି କହିଛନ୍ତି ରୁଷିଆ ଯୁବତୀ। ଯୁବତୀଙ୍କ ପିଠିରେ ଗଣେଶଙ୍କର ଟାଟୁ ଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ନିଜ ଦେଶ ଛାଡି ଭାରତରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

Maha Kumbh Mela Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ