Advertisment

ଭାରତକୁ ଆସିବ ରୁଷର ସବୁଠୁ ଆଧୁନିକ ଓ ଶକ୍ତିଶାଳୀ ମିଶାଇଲ୍

ଏକାଥରକେ ଏକାଧିକ ଟାର୍ଗେଟକୁ ଚିହ୍ନଟ କରି ଉପଯୁକ୍ତ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରିବ। ୨୦୧୮ ଅକ୍ଟୋବରରେ ୫ଟି S-400 ପ୍ରଣାଳୀ କିଣିବା ପାଇଁ ରୁଷ ସହ ୫ଶହ କୋଟି ଡଲାରର ଚୁକ୍ତି କରିଥିଲା ଭାରତ।

ଅଦ୍ୟତନ ହୋଇଛି
'game-changer' S-400 missile

'game-changer' S-400 missile

Advertisment

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ସେନା ହାତକୁ ଆସିବ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ସିଷ୍ଟମ୍ S-400 ଟ୍ରିଅମ୍ଫ୍। ଚୁକ୍ତି ଅନୁସାରେ ରୁଷରୁ ଭାରତକୁ ଏହାର ଯୋଗାଣ ଆରମ୍ଭ ହୋଇସାରିଛି। ଏନେଇ ଦୁବାଇରେ ଅନୁଷ୍ଠିତ ଏରୋସ୍ପେଶ୍ ସୋରେ ସୂଚନା ଦେଇଛନ୍ତି ରୁଷୀୟ ମିଲିଟାରୀ କୋ-ଅପରେସନ୍ ଏଜେନ୍ସି ମୁଖ୍ୟ ଡିମିଟ୍ରି ସୁଗାୟେଭ୍। S-400 ରୁଷର ସବୁଠୁ ଆଧୁନିକ ଓ ଶକ୍ତିଶାଳୀ ଲଙ୍ଗ୍ରେଞ୍ଜ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ ଡିଫେନ୍ସ ସିଷ୍ଟମ୍।

Advertisment

ଚଳିତବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଏହାର ଯନ୍ତ୍ରାଂଶ ଓ ଉପକରଣ ଭାରତରେ ପହଞ୍ଚିଲେ ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ମୁତୟନ ହେବ ବୋଲି ସୂଚନା ମିଳିଛି। ଉଭୟ ପାକିସ୍ତାନ ଓ ଚୀନକୁ ଦୃଷ୍ଟିରେ ରଖି ଏହାକୁ ମୁତୟନ କରାଯିବ। ସମୁଦ୍ର ଓ ଆକାଶ ପଥରେ ଏହି ଯନ୍ତ୍ରାଂଶ ଓ ଉପକରଣ ଗୁଡ଼ିକ ଦେଶକୁ ଆସିବା ଆରମ୍ଭ ହୋଇସାରିଛି।

ଶତ୍ରୁପକ୍ଷର ବିମାନ, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଭାରତୀୟ ସୀମାର ପ୍ରବେଶ କଲେ ଏହି ଏୟାର୍ ଡିଫେନ୍ସ ସିଷ୍ଟମ୍ ତାହାକୁ ଚିହ୍ନଟ କରି ୪ଶହ କିଲୋମିଟର ଦୂରରୁ ଧ୍ୱଂସ କରିପାରିବ। ଏହା ଏକାଥରକେ ଏକାଧିକ ଟାର୍ଗେଟକୁ ଚିହ୍ନଟ କରି ଉପଯୁକ୍ତ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରିବ। ୨୦୧୮ ଅକ୍ଟୋବରରେ ୫ଟି S-400 ପ୍ରଣାଳୀ କିଣିବା ପାଇଁ ରୁଷ ସହ ୫ଶହ କୋଟି ଡଲାରର ଚୁକ୍ତି କରିଥିଲା ଭାରତ।

Advertisment
Russia Indian Army S 400
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ