• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଭିତରେ ଆଜି ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ରୁଷ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସରର୍ଗି ଲାବରବ । ଭାରତ ସହ ସଂପର୍କକୁ ଆହୁରି ମଜଭୁତ, ବାଣିଜ୍ୟିକ ସଂପର୍କ ବୃଦ୍ଧି ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଲାଗି ସେ ଆସୁଛନ୍ତି । ତେବେ ସେ କାହା ସହ ସାକ୍ଷାତ କରିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ଗତ ସପ୍ତାହରେ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ୱାଙ୍ଗ ୟି ଭାରତ ଗସ୍ତ କରିଥିବାବେଳେ ଚୀନ୍ ପ୍ରତିପକ୍ଷଙ୍କ ଭାରତ ଗସ୍ତ ଅନେକ ମହତ୍ତ୍ୱ ରଖୁଛି । ତେବେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଚୀନର ପ୍ରବଳ ଚାପ ସତ୍ତ୍ୱେ ରୁଷ୍ ପ୍ରତି ଭାରତ ନିଜର ଆଭିମୁଖ୍ୟ ପୂର୍ବଭଳି ବଜାୟ ରଖିଛି । ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଭାରତ ରୁଷ୍ ପ୍ରତି କୌଣସି ବିରୋଧ ପ୍ରଦର୍ଶନ କରିନାହିଁ । ଏପରିକି ରୁଷ ବିରୋଧରେ ଜାତିସଙ୍ଘରେ ଯେତେବେଳେ ନିନ୍ଦା ପ୍ରସ୍ତାବ ଆସିଲା, ସେତେବେଳେ ବାରତ ଏଥିରୁ ଦୂରେଇ ରହିଥିଲା ।

ଯୁଦ୍ଧ ଆଜି ୩୬ ଦିନରେ ପହଞ୍ଚିଥିବାବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷ୍ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ଆଜି ବ୍ରିଟେନ ବୈଦେଶିକ ସଚିବ ଲିଜ୍ ଟ୍ରୁସ୍ ଆସିଥିବାବେଳେ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲୀପ ସିଂହ ମଧ୍ୟ ଭାରତ ଆସୁଛନ୍ତି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ନାଟୋ ଓ ଜି-୭ ବୈଠକ ବସିବା ପୂର୍ବରୁ ଭାରତ ସହ କୂଟନୈତିକ ଆଲୋଚନା ପାଇଁ ଟ୍ରୁସ୍ ଆସିଛନ୍ତି । ଯୁଦ୍ଧ ପ୍ରସଙ୍ଗରେ ଭାରତ ରୁଷ୍କୁ ବିରୋଧ କରୁ ବୋଲି ବ୍ରିଟେନ ଚାହୁଁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now