Advertisment

ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।

ଅଦ୍ୟତନ ହୋଇଛି
Budget

Budget

Advertisment

ଆଜିଠୁ ସଂସଦର ବଜେଟ ଅଧିବେଶନ। ଆସନ୍ତାକାଲି ଆଗତ ହେବ ବଜେଟ। ଏହାରି ଭିତରେ ସଂସଦରେ ହେବ ବଡ଼ ଘୋଷଣା। ଏଥିସହ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିବ। ଏଲପିଜି, ଫାସଟ୍ୟାଗଠାରୁ ଆରମ୍ଭ କରି ଆଇଏମପିଏସ ଦ୍ୱାରା ଟଙ୍କା ଟ୍ରାନ୍ସଫର କରିବା ଭଳି ନିୟମରେ ପରିବର୍ତ୍ତନ ହେବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ତେବେ ଆସନ୍ତୁ ନଜର ପକାଇବା ୬ଟି ପରିବର୍ତ୍ତନ ଉପରେ।

Advertisment

ବଜେଟ ଆସିବା ପୂର୍ବରୁ ଏଲପିଜିର ଦାମ ପରିବର୍ତ୍ତନ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରତିମାସର ଆରମ୍ଭରେ ତୈଳ ମାର୍କେଟିଂ କମ୍ପାନୀ ଏଲପିଜି ସିଲିଣ୍ଡରର ଦାମରେ ପରିବର୍ତ୍ତନ କରନ୍ତି। ଏହି ପରିବର୍ତ୍ତନ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼େ। ତେବେ ଆସନ୍ତାକାଲି ଏଲପିଜି ଦର ହ୍ରାସ କି ବୃଦ୍ଧି ହେବ ତାହା ଦେଖିବା ବାକି ରହିଲା।

ଆଜିକାଲି ଲୋକଙ୍କୁ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟାଙ୍କରେ ଲମ୍ୱା ଲାଇନ ଲଗାଇବାକୁ ପଡୁନି। ଘରେ ବସି ଲୋକ ମୋବାଇଲରେ ଏହି କାମ ଅତି ସହଜରେ କରିପାରୁଛନ୍ତି। ଏଥିପାଇଁ ଆଇଏମପିଏସ ଏକ ଉତ୍କୃଷ୍ଟ ମାଧ୍ୟମ। ଆସନ୍ତାକାଲି ଏଥିରେ ଏକ ପରିବର୍ତ୍ତନ ହେବାକୁ ଯାଉଛି। ୟୁଜର୍ସ କେବଳ ରିସିଭରଙ୍କ ମୋବାଇଲ ନମ୍ୱର ଓ ବ୍ୟାଙ୍କ ଆକାଉଣ୍ଟର ନାମ ଦେଇ ଆଇଏମପିଏସରେ ଟ୍ରାଞ୍ଜାକ୍ସନ କରିପାରିବେ। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଅନୁଯାୟୀ ଏବେ ଲାଭାର୍ଥୀ ଓ ଆଇଏଫଏସସି କୋଡର ମଧ୍ୟ ଆବଶ୍ୟକତା ରହିବ ନାହିଁ।

Advertisment

ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ ଜାନୁଆରୀରେ ଏକ ମାଷ୍ଟର ସର୍କୁଲାର ଜାରି କରିଛନ୍ତି ଯେଉଁଥିରେ ରାଷ୍ଟ୍ରୀୟ ପେନସନ ପ୍ରଣାଳୀରେ ନିବେଶ ନେଇ ଦର୍ଶାଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଗ୍ରାହକ କେବଳ ପ୍ରଥମ ଘର କିଣିବା ବା ନିର୍ମାଣ ପାଇଁ ଟଙ୍କା ଉଠାଇ ପାରିବେ। ଏହି ନିୟମ ପେବୃଆରୀ ୧ରୁ ଆରମ୍ଭ କରାଯିବ।

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି। ଏହାଛଡା ୧.୨କୋଟି ନକଲି ଫାସଟ୍ୟାଗ ବୋଲି ଜଣାପଡିଛି।

Advertisment

ପିଏସବିର ସ୍ପେଶାଲ ଏଫଡି ଯାହାକି ଧନ ଲକ୍ଷ୍ମୀ ୪୪୪ଦିନ ଭାବେ ଜଣାଶୁଣା ଏହାର ଅବଧି ଜାନୁଆରୀ ୩୧ରେ ଶେଷ ହେବ। ପୂର୍ବରୁ ନଭେମ୍ୱର ୩୦ରୁ ଏହାକୁ ବୃଦ୍ଧି କରାଯାଇ ୩୧ଜାନୁଆରୀ ୨୦୨୪କୁ ବୃଦ୍ଧି କରାଯାଇଥିଲା। ଏହି ଏଫଡିର ଅବଧି ୪୪୪ଦିନ ଓ ସୁଧହାର ୭.୪ପ୍ରତିଶତ। ଏଥିସହ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ହୋମ ଲୋନରେ ରିହାତି ପ୍ରଦାନ କରୁଛି। ଯାହା ୬୫ବିପିଏସ ପର୍ଯ୍ୟନ୍ତ କମ ସୁଧରେ ଲୋନ ଅଫର ପ୍ରଦାନ କରୁଛି। ହୋମଲୋନରେ ପ୍ରୋସେସିଂ ପିସ ଓ ରିହାତିର ଶେଷ ତାରିଖ ୩୧ଜାନୁଆରୀ ୨୦୨୪ ରହିଛି।

ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପେବୃଆରୀରେ ୨୦୨୩-୨୪ଆର୍ଥିକ ବର୍ଷର ଶେଷ ଗୋଲ୍ଡ ବଣ୍ଡ କିସ୍ତି ପ୍ରଦାନ କରିବ। ଏସଜିବି ୨୦୨୩-୨୪ସିରିଜ ୪ ଓ ୧୨ପେବୃଆରୀ ଖୋଲାଯାଇ ୧୬ଫେବୃଆରୀରେ ବନ୍ଦ କରାଯିବ। ଏହାପୂର୍ବରୁ ୧୮ଡିସେମ୍ୱରରେ ଖୋଲାଯାଇ ୨୨ଡିସେମ୍ୱରରେ ବନ୍ଦ କରାଯାଇଥିଲା। ଏହି କିସ୍ତି ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ସୁନାର ଇସ୍ୟୁ ଦର ଗ୍ରାମ ପିଛା ୬,୧୨୨ଟଙ୍କା ନିର୍ଦ୍ଧାରିତ କରିଛନ୍ତି।

RBI SBI Budget Session 'FASTag' NPCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ