Advertisment

Mohan Bhagwat : ଆମେ ୨ ଆମର ୩, ଏଭଳି କାହିଁକି କହିଲେ RSS ପ୍ରମୁଖ ମୋହନ ଭାଗବତ

ପ୍ରତି ପରିବାରରେ ଜନ୍ମ ନେବା ଜରୁରୀ ୩ଟି ସନ୍ତାନ। ଯାହାର ଜନ୍ମହାର ୩ରୁ କମ୍, ତାହା ଧିରେ ଧିରେ ଲୁପ୍ତ ହୋଇଯାଏ ବୋଲି କହୁଛି ଶାସ୍ତ୍ର। ଏହା କହିଛନ୍ତି RSS ପ୍ରମୁଖ ମୋହନ ଭାଗବତ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ପ୍ରତି ପରିବାରରେ ୩ଟି ସନ୍ତାନ ରହିବା ଭଲ। ୩ ସନ୍ତାନରୁ କମ୍ ରହିଲେ କ୍ରମଶଃ ବଂଶରକ୍ଷା କଷ୍ଟକର।

ଅଦ୍ୟତନ ହୋଇଛି
Mohan Bhagwat

Mohan Bhagwat

Advertisment

ପ୍ରତି ପରିବାରରେ ଜନ୍ମ ନେବା ଜରୁରୀ ୩ଟି ସନ୍ତାନ। ଯାହାର ଜନ୍ମହାର ୩ରୁ କମ୍, ତାହା ଧିରେ ଧିରେ ଲୁପ୍ତ ହୋଇଯାଏ ବୋଲି କହୁଛି ଶାସ୍ତ୍ର। ଏହା କହିଛନ୍ତି RSS ପ୍ରମୁଖ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ପ୍ରତି ପରିବାରରେ ୩ଟି ସନ୍ତାନ ରହିବା ଭଲ। ୩ ସନ୍ତାନରୁ କମ୍ ରହିଲେ କ୍ରମଶଃ ବଂଶରକ୍ଷା କଷ୍ଟକର। ଜନସଂଖ୍ୟାରେ ସ୍ଥିରତା ଏବଂ ସମୁଦାୟକୁ ବିଲୁପ୍ତିରୁ ରକ୍ଷା ପାଇଁ ଏହାର ଆବଶ୍ୟକତା ରହିଛି।

Advertisment

ସଠିକ ସମୟରେ ବିବାହ ଓ ୩ ସନ୍ତାନ ପ୍ରସବ ଆମ ପାଇଁ ସ୍ବାସ୍ଥ୍ୟକର ବୋଲି ମଧ୍ୟ ଡାକ୍ତରଙ୍କ ମତ ଥିବା ସେ କହିଛନ୍ତି । ଏଥିସହ ସେ ଯୁକ୍ତି ବାଢ଼ିଛନ୍ତି ଯେ, ଆମ ଦେଶର ଲୋକସଂଖ୍ୟା ନୀତି ୨.୧ ସନ୍ତାନ ଆବଶ୍ୟକ କରୁଛି। ଅର୍ଥାତ ଏହାକୁ ବିଶ୍ଲେଷଣ କଲେ ୨.୧ର ଅର୍ଥ ୩ଟି ସନ୍ତାନ ବୋଲି କହିଛନ୍ତି ମୋହନ ଭାଗବତ । ତେଣୁ ଦେଶର ସ୍ବାର୍ଥ ପାଇଁ ସବୁ ଦମ୍ପତି ୩ଟି ସନ୍ତାନ କଥା ଚିନ୍ତା କରନ୍ତୁ । କିନ୍ତୁ ତା ଠୁ ଅଧିକ ମଧ୍ୟ ନୁହେଁ ବୋଲି ସେ କହିଛନ୍ତି ।

ପରିଶେଷରେ ଆମ ସମସ୍ତଙ୍କୁ ପେଟ ପୂରାଇବାକୁ ପଡ଼ିବ। ଏଥିପାଇଁ ଜନସଂଖ୍ୟା ନୀତି ରହିଛି। ପରିବାରରେ ୩ଟି ପିଲା ରହିବା ଦରକାର। କିନ୍ତୁ ଏହା ଠାରୁ ଅଧିକ ନୁହେଁ। ଏହାଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣରେ ରହିପାରିବ। ସେମାନଙ୍କ ଲାଳନପାଳନ କେମିତି ଠିକ ଭାବେ ହେବ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ। ନୂଆ ପିଢ଼ିଙ୍କ ୩ଟି ପିଲା ରୁହନ୍ତୁ ବୋଲି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ।”

Advertisment

ପ୍ରଥମଥର ପାଇଁ ୩ ପିଲା ନୀତି ସମ୍ପର୍କରେ ମତ ରଖିନାହାନ୍ତି ମୋହନ ଭାଗବତ। ଏହାପୂର୍ବରୁ ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ ୩ ପିଲା ନୀତି ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ।

Urges Family RSS Chief Mohan Bhagwat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ