Aswini Vaishnaw
ଭୁବନେଶ୍ୱର: ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଲାର ୩ ହଜାର ୯୩୩ ଗାଁରେ ପହଞ୍ଚିବ 4G ମୋବାଇଲ ସେବା । ସବୁ ଗାଁରେ ହାଇସ୍ପିଡ୍ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗୀକରଣ ହେବ । ଓଡ଼ିଶା ସହ ୫ ରାଜ୍ୟ ଯଥା:- ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରର ୪୪ଟି ଆକାଂକ୍ଷୀ ଜିଲ୍ଲାର ୭ ହଜାର ୨୮୭ ଗାଁରେ ଲାଗିବ ହାଇସ୍ପିଡ୍ ଇଣ୍ଟରନେଟ୍ ।
ଏନେଇ USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାଗୁଡ଼ିକରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଅପହଂଚ ଗାଁରେ ଡିଜିଟାଲ୍ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ଯ୍ୟକୁ ସହଯୋଗ କରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ୍ କରିବ । ଖାଲି ସେତିକି ନୁହେଁ ଏହାସହ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଇଂଟରନେଟ୍ ପ୍ରଦାନ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଟେଲିକମ୍ ସଂଯୋଗ କ୍ଷେତ୍ରରେ ଏଭଳି ଏକ ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637159530.jpg)