Advertisment

ଲକ୍ଷ୍ମୀ ଢାଳିଲେ ସୁନା କଳସ: ହଠାତ୍‌ ଆକାଉଣ୍ଟକୁ ଆସିଲା ୧୧,୬୭୭ କୋଟି ଟଙ୍କା, ତା’ପରେ...

ଚଳିତ ବର୍ଷ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅଚାନକ୍‌ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍‌କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍‌ରେ ନିବେଶ କରିଥିଲେ।

ଅଦ୍ୟତନ ହୋଇଛି
Ahmedabad Citizen Got a Lottery

Rs 11,677 Crore Accidentally Deposited In Man's Account

Advertisment

ହଠାତ୍‌ ବ୍ୟାଙ୍କ୍‌ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଗଲେ, କାହାର ମୁଣ୍ଡ କାମ କରିନଥାଏ। କିଭଳି ଭାବେ ଏତେସବୁ ଟଙ୍କା ଖର୍ଚ୍ଚ କରିବେ ଓ କେମିତି ଖର୍ଚ୍ଚ କରିବେ କିଛିବି ମୁଣ୍ଡରେ ପଶି ନଥାଏ। ହେଲେ ଗୁଜରାଟର ଜଣେ ବ୍ୟକ୍ତି ନିଜ Demat Accountରେ କୋଟି କୋଟି ଟଙ୍କା ଦେଖି ଚାଲାକି ଭାବେ ଏହାର ଡିଲ୍‌ କରିଥିଲେ। ଏଥିରୁ କିଛି ଟଙ୍କା ସେ ଶେୟାର ମାର୍କେଟ୍‌ରେ ଲଗାଇଥିଲେ। ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ବୈଷୟିକ ତ୍ରୁଟି(ଟେକ୍ନିକାଲ୍‌ ଏରର୍‌) ଯୋଗୁ ରମେଶ ସାଗର ନାମକ ଜଣେ ବ୍ୟାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ଭୁଲ୍‌ରେ ଆସି ଯାଇଥିଲା। ତାଙ୍କ  Demat Accountକୁ ୧୧,୬୭୭ ଟଙ୍କା ହଠାତ୍‌ ଜମା ହୋଇଥିଲା। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Advertisment

ବ୍ୟାଙ୍କରେ ତ୍ରୁଟି ଯୋଗୁ ଖାତାକୁ ଆସିଲା କୋଟି କୋଟି ଟଙ୍କା...

ଗତ ୬ ବର୍ଷ ହେବ ରମେଶ ସାଗର ଶେୟାର ମାର୍କେଟରେ ନିବେଶ କରି ଆସୁଛନ୍ତି। ବର୍ଷକ ପୂର୍ବେ ସେ Kotak Securitiesରେ ନିଜର Demat Account ଖୋଲିଥିଲେ। ସେ କହିଛନ୍ତି ଯେ, ଚଳିତ ବର୍ଷ ଜୁଲାଇ ୨୭ରେ ତାଙ୍କ ଆକାଉଣ୍ଟକୁ ଅଚାନକ୍‌ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍‌କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍‌ରେ ନିବେଶ କରିଥିଲେ। ଯେଉଁଥିରୁ ତାଙ୍କୁ ୫ ଲକ୍ଷ ଟଙ୍କା ଲାଭ ମିଳିଥିଲା। ତେବେ ସେଇଦିନ ରାତି ୮ଟାରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ନିଆଯାଇଥିଲା।

ଭୁଲ୍‌ବଶତଃ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ପଠାଯିବା ନେଇ ଯେତେବେଳେ ବ୍ୟାଙ୍କ କର୍ମଚାରୀ ଜାଣିପାରିଲେ ତୁରନ୍ତ ଉକ୍ତ ଆକାଉଣ୍ଟରୁ ଟଙ୍କା ସବୁ ନେଇ ଯାଇଥିଲେ। ହେଲେ ଏସବୁ ଭିତରେ ସାଗର ଏଥିରୁ କିଛି ଟଙ୍କା ନେଇ ଶେୟାର ମାର୍କେଟ୍‌ରେ ନିବେଶ କରି ୫ ଲକ୍ଷ ଟଙ୍କା ଲାଭ ପାଇ ସାରିଥିଲେ। ସାଗରଙ୍କ କହିବା ଅନୁସାରେ, ସେ ବହୁତ ଭାଗ୍ୟଶାଳୀ ଥିଲେ, ଫଳରେ ଜ୍ୟାକ୍‌ପଟ୍‌ ଲାଗି ଯାଇଥିଲା।

Advertisment

ଚୁପ୍‌ ରହିଲା ବ୍ୟାଙ୍କ୍‌...

IANS ରିପୋର୍ଟ ଅନୁସାରେ, ଏହି ଘଟଣାକୁ ନେଇ Kotak Securities ସହ କଥାବାର୍ତ୍ତା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରାଯାଇଥିଲା। କାରଣ ନିବେଶକଙ୍କ Demat Account Numberକୁ ଭେରିଫାଏ କରାଯାଇନଥାଏ। ସୂତରାଂ ବ୍ୟାଙ୍କ୍ ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେଇପାରିବ ନାହିଁ। 

ସୂଚନାଥାଉ କି, କିଛିଦିନ ପୂର୍ବେ ବ୍ରିଟେନର ଜଣେ ବ୍ୟକ୍ତି £୧୯୫ ମିଲିୟନ ଜ୍ୟାକ୍‌ପଟ୍‌ ଜିତିଥିବା ଖବର ସାମ୍ନାକୁ ଆସିଥିଲା। ଏହାସହ ସେ ସବୁଠାରୁ ବଡ଼ ରାଷ୍ଟ୍ରୀୟ ଲଟେରୀ ବିଜେତା ମଧ୍ୟ ହୋଇଥିଲେ। ଲଟେରୀ ଟିକେଟ୍‌ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଥିଲେ। 

Advertisment
Bank Accounts Money Money Transfer Jackpot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ