Advertisment

କୋର୍ଟ ଭିତରେ ଅପରାଧୀଙ୍କୁ ଗୁଳିମାଡ ଘଟଣା; ଏମିତି ଥିଲା ପୂରା ଘଟଣା

ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଶୁକ୍ରବାର ହୋଇଥିବା ଶୁଟ୍‌ ଆଉଟ୍‌କୁ ନେଇ ଖେଳିଯାଇଛି ଆତଙ୍କ। ଘଟଣାର ପୂରା ବିବରଣୀ ଶୁଣାଇଛନ୍ତି ଦିଲ୍ଲୀ ପୋଲିସ ଏସଆଇ ବୀର ସିଂହ।

rohini court shootout story

rohini court shootout story

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଶୁକ୍ରବାର ହୋଇଥିବା ଶୁଟ୍‌ ଆଉଟ୍‌କୁ ନେଇ ଖେଳିଯାଇଛି ଆତଙ୍କ। ଘଟଣାର ପୂରା ବିବରଣୀ ଶୁଣାଇ ଦିଲ୍ଲୀ ପୋଲିସ ଏସଆଇ ବୀର ସିଂହ କହିଛନ୍ତି, ମୋର କାମ ଭିନ୍ନ ଭିନ୍ନ ଜେଲରୁ ଅଣ୍ଡର ଟ୍ରାଏଲ କଏଦୀଙ୍କୁ ଭିନ୍ନ ଭିନ୍ନ କୋର୍ଟରେ ହାଜର କରାଇବା। ଶୁକ୍ରବାର ଅର୍ଥାତ ୨୪ ସେପ୍ଟେମ୍ବର ଦିନ ସେ ଡ୍ୟୁଟି ଇନ୍ସପେକ୍ଟର ଇନ୍ଦ୍ରଲାଲଙ୍କ ସହ ଜଣେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ମାନ୍ ଓରଫ ଗୋଗୀଙ୍କୁ ତିହାଡ ଜେଲରୁ ଆଣି ରୋହିଣୀ କୋର୍ଟରେ ହାଜର କରାଇଥିଲେ। ଏହି ସମୟରେ ତାଙ୍କ ସହ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ଥିଲେ। ପ୍ରାୟ ୧୦ଟା ବେଳେ ଗୋଗୀଙ୍କ ବ୍ୟତୀତ ଅନ୍ୟ ଅପରାଧୀମାନ ମଧ୍ୟ ତିହାଡ ଜେଲରୁ ସରକାରୀ ଗାଡ଼ିରେ ଆସିଥିଲେ। ୩ଟି ବାଟାଲିଅନ ଗାଡିର କଷ୍ଟଡିରେ ତାଙ୍କୁ ନିଆଯାଇଥିଲା।

Advertisment

ଏସଆଇ ବୀର ସିଂହଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଅଶରଫଙ୍କୁ କୋର୍ଟର ନମ୍ବର ୩୦୪ରେ ହାଜର କରାଯାଇଥିଲେ। ଦ୍ୱିପହର ପ୍ରାୟ ଗୋଟାଏ ୧୦ରେ ଜିତେନ୍ଦ୍ରଙ୍କୁ କୋର୍ଟ ନଂ ୨୦୭କୁ ନେବା ପାଇଁ ପ୍ରସ୍ତୁତ କରାଯାଉଥିଲା। କିଛି ପୋଲିସ ଅଧିକାରୀଙ୍କ ସହ ଜିତେନ୍ଦ୍ରଙ୍କୁ କୋର୍ଟ ନଂ ୨୦୭କୁ ନିଆ ଯାଉଥିଲା। ଅଭିଯୁକ୍ତ ଜଣେ ହାଇ ରିସ୍କ ଅପରାଧୀ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡ଼ି କରାଯାଇଥିଲା। ପୂର୍ବରୁ ସମସ୍ତଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। 

Advertisment

ଏହା ସତ୍ତ୍ୱେ ଅଚାନକ ଚୌକି ଉପରେ ଓକିଲ ଡ୍ରେସ୍‌ରେ ବସିଥିବା ୨ ଜଣ ବ୍ୟକ୍ତି ଠିଆହେଲେ ଏବଂ ଅସ୍ତ୍ର ବାହାର କରି ଜିତେନ୍ଦ୍ରଙ୍କୁ ଲକ୍ଷ୍ୟ କରି ଗୁଳି ମାରିଥିଲେ। ଆଖିବୁଜା ଗୁଳିଚାଳନା କରିଥିଲେ। ସେ ସମୟରେ ଅପରାଧୀଙ୍କୁ ଧରିବା ସମ୍ଭବ ନ ଥିଲା। ବିଶେଷ କରି ଯେତେବେଳେ ବିଚାରପତି ଏବଂ ଅନ୍ୟ କୋର୍ଟ କର୍ମଚାରୀ ଏବଂ ଓକିଲଙ୍କ ଉପସ୍ଥିତିରେ କଷ୍ଟକର ଥିଲା । ଧରିବାର ଚେଷ୍ଟା କରିଥିଲେ ହୁଏତ କାହାର ଜୀବନ ହଜିଯାଇଥାନ୍ତା, ତେଣୁ ସମସ୍ତଙ୍କ ସୁରକ୍ଷା ତଥା ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ଉପସ୍ଥିତ ପୋଲସ ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଯାହାଫଳରେ  ଉଭୟ ଅପରାଧୀଙ୍କୁ ହତ୍ୟା କରାଯାଇଥିଲା । 

ସୂଚନାଥାଉ କି,  ରାଜଧାନୀ ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ ଗତକାଲି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା।  ୨ ଜଣ ଆକ୍ରମଣକାରୀ ଓକିଲ ବେଶରେ ଆସି ସେଠାରେ ପହଞ୍ଚିଥିଲେ। ଶୁଣାଣି ଆରମ୍ଭ ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଜିତେନ୍ଦ୍ର ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏଥିରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।। ପୁଲିସ୍‌ ଗୁଳିରେ ୨ ଜଣ ଯାକ ଆକ୍ରମଣକାରୀ କୋର୍ଟ ରୁମରେ ହିଁ ପ୍ରାଣ ହରାଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ