Advertisment

ନୂଆ ଲୁକ୍‌ରେ ଆସିଲେ ସେଦିନର ହଳଦିଆ ଶାଢୀ ପିନ୍ଧିଥିବା ପୋଲିଂ ଅଧିକାରୀ

ନିଜ ଷ୍ଟାଇଲ୍ ଓ ହଳଦିଆ ଶାଢ଼ୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ।

ଅଦ୍ୟତନ ହୋଇଛି
reena dwivedi

reena dwivedi

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ବେଳେ ହଳଦିଆ ଶାଢ଼ି ପିନ୍ଧିଥିବା ପୋଲିଂ ଅଧିକାରୀଙ୍କ କଥା ଆପଣଙ୍କୁ ମନେ ଥିବ। ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା ସେହି ହଳିଦିଆ ଶାଢ଼ି ପିନ୍ଧିଥିବା ମହିଳା ଅଧିକାରୀଙ୍କ ଫଟୋ। ଏବେ ପୁଣି ଥରେ ସେହି ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଆଜି ଲକ୍ଷ୍ନୌ ସିଟ୍‌ରେ ଭୋଟ୍ ହେବ। ଆଉ ଲକ୍ଷ୍ନୌ ମୋହନଲାଲଗଞ୍ଜ ବୁଥ୍‌ର ଦାୟିତ୍ୱ ମିଳିଛି ସେହି ହଳଦିଆ ଶାଢ଼ି ପିନ୍ଧିଥିବା ଅଧିକାରୀ ରୀନା ଦିୱେଦିଙ୍କୁ। ହେଲେ ଏଥର ରୀନାଙ୍କ ଗେଟଅପ୍ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତଥର ଶାଢ଼ି, ଏଥର ୱେଷ୍ଟର୍ଣ୍ଣ କପଡ଼ା। 

Reena DwivediReena Dwivedi

ଗତକାଲି ଲକ୍ଷ୍ନୌ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିବା ପରେ ରୀନାଙ୍କୁ ଦେଖିବାକୁ ଓ ତାଙ୍କ ସହ ସେଲଫି ନେବାକୁ ଭିଡ଼ ଜମିଥିଲା। ନିର୍ବାଚନ ଦାୟିତ୍ୱରେ ଥିବା ସହକର୍ମୀ ମାନେ ରୀନାଙ୍କ ସହ ସେଲଫି ନେବାକୁ ଲାଗିଥିଲେ।

Advertisment

୨୦୧୯ ସାଧାରଣ ନିର୍ବାଚନ ବେଳେ ପୋଲିଂ ଦାୟିତ୍ୱରେ ଥିବା ରୀନା ଦିୱେଦି ନିଜ ଷ୍ଟାଇଲ୍ ଓ ହଳଦିଆ ଶାଢ଼ୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ପିନ୍ଧିଥିବା ହଳଦିଆ ଶାଢ଼ୀ ଫଟୋ ବେଶ୍ ଭାଇରାଲ୍ ବି ହୋଇଥିଲା। ରୀନା ଦିୱେଦି କହିଛନ୍ତି ଯେ ଗତଥର ଯେଭଳି ଉତ୍ସାହ ଥିଲା, ଏବେବି ସେହି ଉତ୍ସାହ ରହିଛି। ମୋତେ ଭୋଟ୍‌ ଦେବା ଓ ଭୋଟିଂ କରାଇବାକୁ ବହୁତ ଭଲ ଲାଗେ।

Advertisment
UP Election Viral Lady Pooling Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ