• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅତିରଞ୍ଜିତ କଭରେଜ ଓ ହଟଚମଟ ସୃଷ୍ଟିକାରୀ ହେଡଲାଇନ ବ୍ୟବହାର ନକରିବା ପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଘରୋଇ ଟିଭି ନ୍ୟୁଜ ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ୟୁକ୍ରେନ-ଋଷିଆ ଯୁଦ୍ଧ ଏବଂ ଦିଲ୍ଲୀ ଦଙ୍ଗା ସମୟରେ ଟେଲିଭିଜନ କଭରେଜକୁ ବିରୋଧ କରି କେନ୍ଦ୍ର ସରକାର ଶନିବାର ଦିନ ଏପରି କଡା ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜାରି କରାଯାଇଥିବା ଏକ ବିସ୍ତୃତ ପରାମର୍ଶରେ ମନ୍ତ୍ରଣାଳୟ କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଅଧିନିୟମ, ୧୯୯୫ର ଧାରା ୨୦ ଅଧୀନରେ ଥିବା ପ୍ରୋଗ୍ରାମ କୋଡକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଇନ ଅନୁଯାୟୀ ଧାର୍ଯ୍ୟ ହୋଇଥିବା କାର୍ଯ୍ୟସଂହିତା ଅନୁସରଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ । ୟୁକ୍ରେନ-ରୁଷ ଯୁଦ୍ଧର ରିପୋର୍ଟ କରୁଥିବାବେଳେ ବଢ଼ାଇ ଚଢ଼ାଇ ବିବୃତ୍ତି ତଥା ନିନ୍ଦନୀୟ ହେଡଲାଇନ୍ ଏବଂ ଟ୍ୟାଗଲାଇନ୍ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଉଦାହରଣ ଦେଇଛନ୍ତି କେନ୍ଦ୍ର ସରକାର । ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ସିସିଟିଭି ଫୁଟେଜର ସତ୍ୟାସତ୍ୟା ନପରଖି ପ୍ରସାରଣ କରିବା ଫଳରେ ଉତ୍ତର ପଶ୍ଚିମ ଦିଲ୍ଲୀରେ ଘଟଣାର ଅନୁସନ୍ଧାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲା ।

ସେଠାରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଟେଲିଭିଜନ ଚ୍ୟାନେଲ ଗୁଡ଼ିକ ଅସାମ୍ବିଧାନିକ, ଉତ୍ତେଜନାମୂଳକ ଏବଂ ସାମାଜିକ ଭାବେ ଗ୍ରହଣୀୟ ନଥିବା ଭାଷା ବ୍ୟବହାର କରାଯାଉଥିବା କହିଛନ୍ତି । ଗତ ସପ୍ତାହରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା ।

ରୁଷ-ୟୁକ୍ରେନ ଯୁଦ୍ଧର ରିପୋର୍ଟିଂ କରିବାବେଳେ ଚ୍ୟାନେଲଗୁଡ଼ିକ ମିଥ୍ୟା ଖବର ପ୍ରସାରଣ କରୁଥିବା ଅଭିଯୋଗ ହେଉଛି । ସେହିପରି ଆନ୍ତର୍ଜାତୀୟ ଏଜେନ୍ସି କିମ୍ବା ଅଭିନେତାମାନଙ୍କୁ ନେଇ ଭୁଲ ଉପସ୍ଥାପନା କରାଯାଉଛି । ଯୁଦ୍ଧ ସମୟରେ ଆଙ୍କରମାନେ ଦର୍ଶକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମନଗଢ଼ା ତଥା ଏବଂ ବଢ଼େଇ ଚଢ଼େଇ ବିବୃତ୍ତି ଦେଇଥିଲେ । ତେବେ ଏଥିରୁ ନିବୃତ୍ତ ରହିବା ପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହ କଡ଼ା ଚେତାବନୀ ଦେଇଛନ୍ତି ।