ଦ୍ରୁତ ଗତି ଆଣୁଛି ମହା ବିପତ୍ତି; ନେଉଛି ଲକ୍ଷାଧିକ ଜୀବନ, ସଂସଦରେ ତଥ୍ୟ ରଖିଲେ ମନ୍ତ୍ରୀ

ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ୨୦୧୮ରୁ ୫ ବର୍ଷ ମଧ୍ୟରେ ଦେଶରେ ସବୁଠୁ ଅଧିକ ଦୁର୍ଘଟଣା ୨୦୨୨ରେ ଘଟିଛି ।

Accident

ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ୨୦୧୮ରୁ ୫ ବର୍ଷ ମଧ୍ୟରେ ଦେଶରେ ସବୁଠୁ ଅଧିକ ଦୁର୍ଘଟଣା ୨୦୨୨ରେ ଘଟିଛି । କେବଳ ୨୦୨୨ରେ ୧ ଲକ୍ଷ ୬୮ ହଜାର ୪୯୧ ଦୁର୍ଘଟଣା ଘଟିଥିବା ସଂସଦରେ ସୂଚନା ଦେଇଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ।

ସବୁଠୁ ଅଧିକ ମୃତ୍ୟୁ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଘଟିଛି । ୨୦୨୨ରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ୧ ଲକ୍ଷ ୧୯ ହଜାର ୯୦୪ ଜଣଙ୍କ ଜୀବନ ଯାଇଥିବା ବେଳେ ରଙ୍ଗ ସାଇଡ୍‌ରେ ଗାଡ଼ି ଚଳାଇ ୯ ହଜାର ୦୯୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କରି ୩ ହଜାରରୁ ଅଧିକ ଲୋକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୨ଜୀବନ 

ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି । ଯେପରି ‘ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍’, ସ୍ପିଡ୍ ଲିମିଟ୍ ନିର୍ଦ୍ଧାରଣ, ପୁରୁଣା ଗାଡ଼ି ସିଜ୍ ସହ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ସଂସଦରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସେପଟେ ସଂସଦରେ ଗତ ମଙ୍ଗଳବାର ଦିନ ଆଗତ ହୋଇଛି ବଜେଟ୍ । ତେବେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଗତକାଲି ଏନେଇ ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ଇଣ୍ତିଆ ମେଣ୍ଟର ନେତାମାନେ ସାଧାରଣ ବଜେଟ୍‌କୁ ସରକାର ବଞ୍ଚାଅ ବଜେଟ୍ ବୋଲି କହିଛନ୍ତି । କେବଳ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଖୁସି କରାଯାଇଛି । କାରଣ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭରସାରେ କେନ୍ଦ୍ରରେ ସରକାର ଚାଲୁଛି ବୋଲି ଇଣ୍ତି ମେଣ୍ଟ ଅଭିଯୋଗ କରିଛି ।