RCB-Compensetion
ଜୁନ ୩ ତାରିଖରେ IPL 2025ର ଚାମ୍ପିୟନ ହୋଇଥିଲା ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ। ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇ ଦଳ ଏତେ ଉତ୍ସାହିତ ହୋଯାଇଥିଲା ଯେ ଠିକ ଗୋଟିଏଦିନ ପରେ ବେଙ୍ଗାଲୁରରେ ଏକ ଭିକ୍ଟ୍ରି ପରେଡ଼ର ଆୟୋଜନ କରିଥିଲା। ଯେଉଁଥିରେ ହଜାର ହଜାର ପ୍ରଶଂସକ ସାମିଲ ହୋଇଥିଲେ। ହେଲେ ଦଳର ଏହି ଖୁସିର ଦିନଟି ଫ୍ୟାନଙ୍କ ରକ୍ତରେ ଲାଲ ହୋଇଯାଇଥିଲା। କାରଣ ଚିନ୍ନସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଯୋଗୁଁ ହୋଇଥିଲା ଦଳାଚକଟା। ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଫ୍ୟାନ ଆହାତ ହୋଇଥିଲେ।
ତେବେ ଘଟଣାର ୨ମାସ ପରେ ଅଗଷ୍ଟ ୩୦, ଶନିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି, ଯେଉଁଥିରେ ଏହି ୧୧ ପରିବାରକୁ ପ୍ରତ୍ୟେକଙ୍କୁ ଆରସିବି କେୟର୍ସ ତରଫରୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। RCB ଏହାର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛି।
ଦଳ ଲେଖିଛି ଯେ '୪ ଜୁନ୍ ୨୦୨୫ ରେ ଆମର ହୃଦୟ ଭାଙ୍ଗି ଯାଇଥିଲା। ଆମେ ଆରସିବି ପରିବାରର ୧୧ ଜଣଙ୍କୁ ହରାଇଥିଲୁ। ସେମାନେ ଆମର ଏକ ଅଂଶ ଥିଲେ। ସେମାନଙ୍କ ସ୍ମୃତି ସର୍ବଦା ଆମ ହୃଦୟରେ ରହିବ। ସେହି ଲୋକଙ୍କ ଦ୍ୱାରା ଛାଡିଯାଇଥିବା ଶୂନ୍ୟସ୍ଥାନକୁ କୌଣସି ପରିମାଣର ଟଙ୍କା ପୂରଣ କରିପାରିବ ନାହିଁ। କିନ୍ତୁ ପ୍ରଥମ ପଦକ୍ଷେପ ଭାବରେ ଏବଂ ପୂର୍ଣ୍ଣ ସମ୍ମାନ ସହିତ, RCB ସେହି ଲୋକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ 25 ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ସାହାଯ୍ୟ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ସେମାନଙ୍କ ପାଇଁ କରୁଣା, ଏକତା ଏବଂ ଯତ୍ନର ପ୍ରତିଶ୍ରୁତି।'
ଚିନ୍ନସ୍ୱାମୀ ଦଳାଚକଟା ପାଇଁ RCB ମ୍ୟାନେଜମେଣ୍ଟ୍ ଓ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଥିଲା। ଭିକ୍ଟ୍ରି ପରେଡ୍ ତରବରି ଭାବେ ଆୟୋଜନ କରିବାରୁ ଏପରି ଦୁର୍ଘଟଣା ଘଟିଲା। ତେବେ ଏବେବି ଘଟଣାର ଅଧିକ ତଦନ୍ତ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756615379.jpg)