Advertisment

ଆଜିଠୁ ଆରମ୍ଭ ହେଲା ଡିଜିଟାଲ ଟଙ୍କା, ଜାଣନ୍ତୁ କେମିତି କରିବେ ବ୍ୟବହାର...

ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।

ଅଦ୍ୟତନ ହୋଇଛି
 Digital Rupee

RBI To Start Digital Rupee Pilot Project From Dec 1

Advertisment

ଡିଜିଟାଲ ଟଙ୍କା(Digital Rupee)ର ପ୍ରଚଳନକୁ ନେଇ RBI ବଡ଼ ଘୋଷଣା କରିଛି।  ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ କରାଯିବ ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହେବ। ଏହି ୪ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ରହିଛି। ଏହାପରେ ବିଭିନ୍ନ ସ୍ଥାନରେ ସାଧାରଣ ଲୋକମାନେ ଏହି ଡିଜିଟାଲ ଟଙ୍କାର ବ୍ୟବହାର କରିପାରିବେ। ଏପରିକି ଆପଣଙ୍କ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନଥିଲେ ମଧ୍ୟ E-Rupee କାର୍ଯ୍ୟକ୍ଷମ କରିବ । ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ର୍ନିଦ୍ଦିଷ୍ଟ ଲୋକ ଓ ବ୍ୟବସାୟୀ ଏହାର ଫାଇଦା ଉଠାଇ ପାରିବେ ବୋଲି RBI ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ | QR କୋଡ୍‌ ସ୍କାନ୍‌ କରିବା ସମୟରେ ସାବଧାନ୍‌ ! ଗୋଟିଏ ଭୁଲ, ଖାଲି କରିଦେବ ଆକାଉଣ୍ଟ୍‌

ଡିଜିଟାଲ ଟଙ୍କା ବ୍ୟବହାର ପାଇଁ ୮ ବ୍ୟାଙ୍କକୁ ଚୟନ...

RBI କହିଛି ଯେ, ଡିଜିଟାଲ ଟଙ୍କାର ବ୍ୟବହାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି। ଏମାନେ ବିଧିବଦ୍ଧ ଭାବେ ଡିଜିଟାଲ ଟଙ୍କା ଦ୍ୱାରା କାରବାର କରିପାରିବେ। କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(SBI), ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ୪ଟି ସହରରେ ସେବା ଆରମ୍ଭ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସାମିଲ ହେବେ।

Advertisment

ପ୍ରଥମ ପର୍ଯ୍ୟାୟରେ ୪ ସହରରେ ଆରମ୍ଭ ହେବ ଡିଜିଟାଲ ଟଙ୍କାର ବ୍ୟବହାର...

ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହେବ। ଏହାପରେ ଅହମଦାବାଦ, ଗ୍ୟାଙ୍ଗଟକ, ଗୌହାଟି, ହାଇଦ୍ରାବାଦ, କୋଚି, ଲକ୍ଷ୍ନୌ, ପାଟନା ଓ ଶିମଲାକୁ ସାମିଲ କରାଯିବ। ଧୀରେଧୀରେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ବୃଦ୍ଧି କରାଯିବ। ସେହିପରି ଅଧିକ ସଂଖ୍ୟକ ବ୍ୟାଙ୍କ, ଲୋକ ଓ ସହରକୁ ଏଥିରେ ସାମିଲ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି।

ଜାଣନ୍ତୁ, ଡିଜିଟାଲ୍‌ ଟଙ୍କା କ’ଣ ? 

RBI କହିଛି ଯେ, ଡିସେମ୍ବର ୧ରୁ ରିଟେଲ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପାଇଁ ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରାଯିବ। ଡିଜିଟାଲ୍ ଟଙ୍କା ଗୋଟିଏ ଡିଜିଟାଲ୍ ଟୋକନ୍ ଆକାରରେ ରହିବ। ଯାହା ଆଇନତଃ ଗ୍ରହଣୀୟ ହେବ। ବର୍ତ୍ତମାନ କାଗଜ ଟଙ୍କା ଓ କଏନକୁ ଯେଉଁ ସବୁ ନାଁରେ ନାମିତ କରାଯାଇଛି, ଡିଜିଟାଲ ଟଙ୍କାକୁ ମଧ୍ୟ ସେହି ନାଁରେ ନାମିତ କରାଯିବ। ଅର୍ଥାତ୍‌ ୧ ଟଙ୍କାରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଭଳି ଡିଜିଟାଲ ଟଙ୍କାର ନାମ କରଣ କରାଯିବ। 

Advertisment
  • ଡିଜିଟାଲ୍ ଓ୍ୱାଲେଟ୍ ମାଧ୍ୟମରେ RBI ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟାଙ୍କ ଓ ଉପଭୋକ୍ତାମାନେ ଡିଜିଟାଲ ଟଙ୍କାରେ କାରବାର କରିପାରିବେ
  • ମୋବାଇଲରେ ଥିବା ଡିଜିଟାଲ୍ ଓ୍ୱାଲେଟ୍ ମାଧ୍ୟମରେ ଇ-ଟଙ୍କାର କାରବାର କରାଯାଇପାରିବ। ଉଭୟ ପର୍ସନ୍ ଟୁ ପର୍ସନ୍ ଓ ପର୍ସନ୍ ଟୁ ମରଚାଣ୍ଟ ମାଧ୍ୟମରେ ନେଣଦେଣ ହେବ।
  • ଏହାସହ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଥିବା QR କୋଡ୍ ବ୍ୟବହାର କରି ଲୋକମାନେ ଡିଜିଟାଲ ଟଙ୍କା ଦେଇପାରିବେ।
  • ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ଟଙ୍କା ଜଣେ ଗ୍ରାହକ ନେଇପାରିବେ। ଏଥିସହ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ଦିଆଯାଇଥିବା ଡିଜିଟାଲ ଓ୍ୱାଲେଟ ମାଧ୍ୟମରେ ହିଁ ଉପଭୋକ୍ତାମାନେ ଇ-ଟଙ୍କାର କାରବାର କରିପାରିବେ। ତେଣୁ ବ୍ୟାଙ୍କ ସହ ଯୋଗାଯୋଗ କରି ଡିଜିଟାଲ ଟଙ୍କାର ବ୍ୟବହାର ସମ୍ପର୍କରେ ଜଣେ ଗ୍ରାହକ ଅଧିକ ତଥ୍ୟ ହାସଲ କରିପାରିବେ।
  • ଅନେକଙ୍କ ମନରେ ଧାରଣା, ଅନ୍ୟ ବ୍ୟାଙ୍କ ଡିପୋଜିଟ୍‌ ଭଳି ଏଥିପାଇଁ ଆପଣଙ୍କୁ ସୁଧ ମିଳିପାରେ। ଯେହେତୁ ଏହା କ୍ୟାଶ୍‌ ଭଳି ବ୍ୟବହାର କରାଯିବ, ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ କୌଣସି ସୁଧ ପ୍ରଦାନ କରିବ ନାହିଁ।

ଇ-ଟଙ୍କା/ଡିଜିଟାଲ୍‌ ଟଙ୍କାର ଫାଇଦା କ’ଣ ?

  • ଡିଜିଟାଲ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଲାଭଦାୟକ
  • ମୋବାଇଲ୍‌ ୱାଲେଟ୍‌ ଭଳି ଏଥିରେ ମଧ୍ୟ ଆପଣ ଟଙ୍କା ନେଣଦେଣ କରିପାରିବେ
  • ଡିଜିଟାଲ୍‌ ଟଙ୍କା ଯଥାଶୀଘ୍ର ବ୍ୟାଙ୍କ ଟଙ୍କା ଓ କ୍ୟାଶ୍‌ରେ ପରିଣତ ହୋଇପାରିବ
  • ଏପରିକି ଆପଣଙ୍କ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନଥିଲେ ମଧ୍ୟ E-Rupee କାର୍ଯ୍ୟକ୍ଷମ କରିବ
  • ବର୍ତ୍ତମାନର ଟଙ୍କା ମୂଲ୍ୟ ସହ ଆପଣ ଇ-ଟଙ୍କା ମଧ୍ୟ ସମାନ ମୂଲ୍ୟରେ ପାଇବେ
  • ଇ-ଟଙ୍କା ବର୍ତ୍ତମାନର ଟଙ୍କା ସହିତ ସମାନ ମୂଲ୍ୟ ପାଇବେ
RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ