Advertisment

ଜନତାଙ୍କୁ ଝଟ୍‌କା ! ମହଙ୍ଗା ହେବ ଲୋନ୍‌, EMI

ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।

ଅଦ୍ୟତନ ହୋଇଛି
RBI Hikes Repo Rate

RBI hikes repo rate

Advertisment

ଲଗାତାର ଭାବେ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(RBI) ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି। ରେପୋ ରେଟ୍ ୦.୩୫% ବୃଦ୍ଧି ହୋଇଛି। ଫଳରେ ରେପୋ ରେଟ୍‌  ୫.୯୦% ରୁ ୬.୨୫%କୁ ବୃଦ୍ଧି ପାଇଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି RBI ଏଭଳି ନିଷ୍ପତ୍ତି ନେଇଛି। ଏମ୍‌ପିସି ବୈଠକ ପରେ RBI ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

Advertisment

ଅନ୍ୟପକ୍ଷେ, ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ। ଏହାସହ ଏଣିକି ଅଧିକ EMI ଦେବାକୁ ମଧ୍ୟ ପଡ଼ିବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। 

ଅଧିକ ପଢ଼ନ୍ତୁ: ଡିଜିଟାଲ ଠକେଇ ଉପରେ ଲାଗିବ ଅଙ୍କୁଶ! ପ୍ଲେ ଷ୍ଟୋର୍‌ରୁ ହଟିବ ବେଆଇନ୍‌ ଲୋନ୍‌ ଆପ୍‌

Advertisment

ବର୍ଷର ଶେଷ ମାସରେ ରେପୋ ରେଟ୍‌ ବୃଦ୍ଧି ପରେ ଏହା ୬.୨୫%ରେ ପହଞ୍ଚିଛି। ଦେଶରେ ମୁଦ୍ରାସ୍ଫୀତି ହାରକୁ ୬% ଧାର୍ଯ୍ୟଠୁ କମ୍ କରିବା ଲକ୍ଷ୍ୟ ରହିଛି। RBI ୨୦୨୩ ଆର୍ଥିକ ବର୍ଷ ପାଇଁ ୬.୭% CPI ମୁଦ୍ରାସ୍ଫୀତିର ପୂର୍ବାନୁମାନ କରିଛି। ଏହାସହ ଆସନ୍ତା ୧୨ ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ୪% ରୁ ଅଧିକ ରହିବ ବୋଲି RBI ଆଶା ରଖିଛି। 

RBI Repo Rate Emi Home Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ