Advertisment

ବୁଲା ପଶୁଙ୍କ ପ୍ରତି ହୃଦୟବାନ ହେବାକୁ ନିବେଦନ କଲେ ରତନ ଟାଟା

ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚିନ୍ତା କରନ୍ତି।

ଅଦ୍ୟତନ ହୋଇଛି
Ratan Tata shares heartwarming tweet about stray animals

Ratan Tata shares heartwarming tweet about stray animals

Advertisment

ପଶୁମାନଙ୍କ ସୁରକ୍ଷା ପାଇଁ ଚିନ୍ତାପ୍ରକଟ କରିଛନ୍ତି ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା। ନିକଟରେ ସେ ନିଜ ଟ୍ୱିଟର ଓ ଇନଷ୍ଟାରେ ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଆପଣ ବି ପ୍ରଶଂସା ନ କରି ରହିପାରିବେନି । ଟୁଇଟ ମାଧ୍ୟମରେ ସେ ସେ ବର୍ଷା ଋତୁରେ ମୁମ୍ବାଇ ରାସ୍ତାରେ ରହୁଥିବା କୁକୁର ଓ ବିଲେଇମାନଙ୍କର ଯତ୍ନ ନେବାକୁ ନିବେଦନ କରିଛନ୍ତି। ଟୁଇଟ ମାଧ୍ୟମରେ ରତନ ଟାଟା ବୁଲା ପଶୁମାନଙ୍କ ପାଇଁ ମାନବିକତା ଦେଖାଇବାକୁ କହିଛନ୍ତି।

Advertisment

ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁ ମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଥାଆନ୍ତି । ମୌସୁମୀ ଆରମ୍ଭ ହୋଇ ଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ଏକ ସଚେତନତା ପୋଷ୍ଟ କରିଛନ୍ତି ରତନ ଟାଟା । ଏକ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ କରିଥିବା ପୋଷ୍ଟରେ ରତନ ଟାଟା ଏଭଳି କିଛି ପୋଷ୍ଚ କରିଛନ୍ତି। ବୁଲା ଜୀବଜନ୍ତୁଙ୍କୁ ସୁରକ୍ଷା ଲାଗି ଇନଷ୍ଟାଗ୍ରାମରେ ସେ ନିବେଦନ କରିଛନ୍ତି ।

Advertisment

ରତନ ଟାଟା ଟୁଇଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, ବର୍ତ୍ତମାନ ବର୍ଷା ଋତୁ ଆସିଛି, ଅନେକ କୁକୁର ଏବଂ ବିଲେଇ କାର୍‌ ତଳେ ଆଶ୍ରୟ ନେଉଛନ୍ତି। ତେଣୁ କାର୍‌ ଷ୍ଟାର୍ଟ କରିବା ପୂର୍ବରୁ ଭଲ ଭାବେ କାର୍‌ ତଳ ଯାଞ୍ଚ କରିବା ଆବଶ୍ୟକ, ଯାହା ଦ୍ୱାରା ଆଶ୍ରୟ ନେଇଥିବା ପଶୁମାନେ ଆହତ ହେବାରୁ ରକ୍ଷା ପାଇପାରିବେ। ଯଦି ଆମେ ଏହା କରୁନାହୁଁ, ସେମାନେ ଗୁରୁତର ଭାବରେ ଆହତ, ଅକ୍ଷମ ହୋଇପାରନ୍ତି ଏବଂ ଏପରିକି ଅସାବଧାନତା ଯୋଗୁ ସେମାନଙ୍କ ଜୀବନ ଯାଇପାରେ। ଯଦି ଆମ ସମସ୍ତେ ଏହି ବର୍ଷା ଋତୁରେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ଦେଇପାରନ୍ତି ତେବେ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ।

Ratan Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ