‘ସେମାନେ କହୁଛନ୍ତି ତୁମେ ଚାଲିଗଲ’; ଏମିତି କହି ଶୋକ ପ୍ରକାଶ କଲେ ରତନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ...

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ । ଭାବବିହ୍ବଳ ହେଲେ ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, ଭଲ ବନ୍ଧୁ ତଥା ଅଭିନେତ୍ରୀ ସିମି ଗରେୱାଲ ।

simi garewal

ସେମାନେ କହୁଛନ୍ତି ତୁମେ ଚାଲିଗଲ...ଏହା ବହୁ କଷ୍ଟଦାୟକ । ବିଦାୟ ବଂଧୁ।  ଏମିତି ଲେଖି ଭାବବିହ୍ବଳ ହେଲେ ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, ଭଲ ବନ୍ଧୁ ତଥା ଅଭିନେତ୍ରୀ ସିମି ଗରେୱାଲ । ଦିନେ ସିମି ଗରେୱାଲ ରତନ ଟାଟାଙ୍କୁ ଭଲ ପାଉଥିଲେ । ତାଙ୍କୁ ଜଣେ ଭଲ ବନ୍ଧୁ ଭାବରେ ବିବେଚନା କରୁଥିଲେ । କିନ୍ତୁ କିଏ ଜାଣିଥିଲା ​​ଯେ ତାଙ୍କ ସାଙ୍ଗ ୮୬ ବର୍ଷ ବୟସରେ ହଠାତ୍ ତାଙ୍କୁ ବିଦାୟ ଦେବେ ।  ଯାହା ତାଙ୍କୁ ବେଶ୍‌ କଷ୍ଟ ଦେଇଛି  ।

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା। 

ତେବେ ଗତକାଲି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା ।

 

୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ। ଶିଳ୍ପ କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।