Wedding at Rashtrapati Bhavan: ରାଷ୍ଟ୍ରପତି ଭବନରେ ହେବ ବାହାଘର, ହାତକୁ ଦି-ହାତ ହେବେ ଦୁଇ CRPF ଅଧିକାରୀ

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହର ଆୟୋଜନ । ରାଷ୍ଟ୍ରପତିଙ୍କ ପିଏସଓ ଭାବେ କାର୍ଯ୍ୟରତ ସିଆରପିଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ପାଇଁ ରାଷ୍ଟ୍ରପତି ଭବନରେ ଜୋରଦାର ଆୟୋଜନ ଚାଲିଛି ।

ରାଷ୍ଟ୍ରପତି ଭବନରେ ବାଜିବ ସାହାନାଇ

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବିବାହର ଆୟୋଜନ । ମଧ୍ୟପ୍ରଦେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ସେ କାର୍ଯ୍ୟରତ ଅଛନ୍ତି । ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତ ଥିବା ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ବିବାହ କରିବେ ପୁନମ୍ ।

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହର ଆୟୋଜନ । ରାଷ୍ଟ୍ରପତିଙ୍କ ପିଏସଓ ଭାବେ କାର୍ଯ୍ୟରତ ସିଆରପିଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ପାଇଁ ରାଷ୍ଟ୍ରପତି ଭବନରେ ଜୋରଦାର ଆୟୋଜନ ଚାଲିଛି । ମଧ୍ୟପ୍ରଦେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା, ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତ ଥିବା ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ବିବାହ କରିବେ।

ଅଧିକ ପଢ଼ନ୍ତୁ: ଐତିହାସିକ ନିଷ୍ପତ୍ତି; ଦେଶର ପ୍ରଥମ ଏହି ରାଜ୍ୟ ଲାଗୁ କଲା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର...

ଫେବୃଆରୀ ୧୨ରେ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କଂପ୍ଲେକ୍ସରେ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଧୁମଧାମ ଆୟୋଜନ ହୋଇଛି । ଏନେଇ ପୁନମଙ୍କ ବାପାମାଆ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ବିବାହରେ କେବଳ ପୁନମଙ୍କ ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ଏହି ବିବାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଅନେକ ବଡ଼ ରାଜନୈତିକ ବ୍ୟକ୍ତିବିଶେଷ  ମଧ୍ୟ ପୁନମଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିବେ ବୋଲି ଜଣାପଡିଛି ।

ପିଏସଓ ଭାବରେ ନିଯୁକ୍ତ ପୁନମଙ୍କ ଆଚରଣ ଓ ବ୍ୟବହାରରେ ଖୁବ ପ୍ରଭାବିତ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁନମଙ୍କ ବିବାହ ସମ୍ପର୍କରେ ଜାଣିବା ପରେ ରାଷ୍ଟ୍ରପତି ଭବନରେ ଆୟୋଜନ କରିବାକୁ ସେ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ପ୍ରସ୍ତାବ ପରେ ପୁନମଙ୍କ ପରିବାର ବେଶ୍ ଉତ୍ସାହିତ ଅଛନ୍ତି ।

ପୁନମଙ୍କ ବାପା ଶିବପୁରୀ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ପୁନମ ଗଣିତ ଅନର୍ସ ପାସ ହେବା ପରେ ଇଂରାଜୀରେ ସ୍ନାତକୋତ୍ତର ଏବଂ ବିଇଡି ମଧ୍ୟ କରିଥିଲେ । ତେବେ ପୁନମ UPSC CAPF ପରୀକ୍ଷା-୨୦୧୮ରେ ୮୧ତମ ରାଙ୍କ୍ ହାସଲ କରିଥିଲେ ଏବଂ ପରେ ସିଆରପିଏଫରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିଲେ । ୨୦୨୪ ମସିହାରେ ଗଣତନ୍ତ୍ର ଦିବସରେ ହୋଇଥିବା ପରେଡରେ ପୁନମ ସିଆରପିଏଫର ମହିଳା ଦଳର ନେତୃତ୍ୱ ନେଇଥିଲେ ।

ଅଧିକ ପଢ଼ନ୍ତୁ: ୨.୫୨ ଲକ୍ଷ କୋଟିର ରେଳ ବଜେଟ୍; ଚାଲିବ ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍...