ଜାମ୍ମୁ କାଶ୍ମୀରର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ ରଶ୍ମୀରଞ୍ଜନ

ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂ ଅକଟୋବର ୩୧ରେ ଅବସର ନେଉଛନ୍ତି ।

Rashmi Ranjan Swain

ଓଡ଼ିଆ ପୁଅକୁ ବଡ଼ ଦାୟିତ୍ୱ । ଜାମ୍ମୁ କାଶ୍ମୀର ପରି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଆଇନ ଶୃଙ୍ଖଳା ଭାର ସମ୍ଭାଳିବେ । ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମିରଂଜନ ସ୍ୱାଇଁଙ୍କୁ ଜମ୍ମୁ ଓ କାଶ୍ମୀରର ଇନଚାର୍ଜ ଡିଜି ଦାୟିତ୍ୱ । ଓଡିଶାର ରଶ୍ମି ରଂଜନ ନଭେମ୍ବର ପହିଲାରୁ ଦାୟିତ୍ୱ ନେବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅରୁଣାଚଳପ୍ରଦେଶ, ଗୋଆ, ମିଜେରାମ ଓ କେନ୍ଦ୍ରଶାସିତ ଅଂଚଳ ୧୯୯୧ ବ୍ୟାଚ୍ ଅଫିସର ରଶ୍ମୀ ରଂଜନ ସ୍ୱାଇଁ ଏବେ ଜମ୍ମୁ ଓ କାଶ୍ମୀରର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ଅଛନ୍ତି । ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲବାଗ ସିଂ ଅକଟୋବର ୩୧ରେ ଅବସର ନେଉଛନ୍ତି ।