Advertisment

DGP sent on compulsory leave: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର

ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି।

ଅଦ୍ୟତନ ହୋଇଛି
ବଢ଼ିଲା କର୍ଣ୍ଣାଟକ ଡିଜିପିଙ୍କ ଅଡୁଆ

ବଢ଼ିଲା କର୍ଣ୍ଣାଟକ ଡିଜିପିଙ୍କ ଅଡୁଆ

Advertisment

ଦୁବାଇରୁ ସୁନା ସ୍ମଗଲିଂ କରି ଧରାପଡ଼ିଥିବା ଅଭିନେତ୍ରୀ ଝିଅ ରାନ୍ୟା ରାଓଙ୍କ ପାଇଁ ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନର ଡିଜିପି ତଥା ବାପା ରାମଚନ୍ଦ୍ର ରାଓଙ୍କ ଅଡୁଆ । ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି କର୍ଣ୍ଣାଟକ ସରକାର । ତାଙ୍କ ସ୍ଥାନରେ ଆଡିସନାଲ୍ ଡିଜିପି କେ.ଭି.ଶରଥଚନ୍ଦ୍ରାଙ୍କୁ ଅବସ୍ଥାପିତ କରାଯାଇଛି । ଏସବୁ ଭିତରେ ସୁନା ସ୍ମଗଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ରାନ୍ୟା ରାଓ ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ତଥା DRI ଅଧିକାରୀଙ୍କୁ ଏକ ଚିଠି ଲେଖି ନିଜକୁ ‘ନିର୍ଦ୍ଦୋଷ’ ବୋଲି ଦର୍ଶାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ

ମାର୍ଚ୍ଚ ୬ ତାରିଖରେ ଓ ପରଦିନ ପଠାଯାଇଥିବା ୫ ପୃଷ୍ଠାର ହାତଲେଖା ଚିଠିଟି ବେଙ୍ଗାଲୁରୁର HBR ଲେଆଉଟ୍, DRIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇଛନ୍ତି । ଯେଉଁ ଚିଠିରେ, ନିଜକୁ ଜତିନ ହୁକ୍କେରୀଙ୍କ ୩୩ ବର୍ଷିୟା ପତ୍ନୀ ହର୍ଷବର୍ଦ୍ଧିନୀ ରାନ୍ୟା ବୋଲି ପରିଚୟ ଦେବା ସହ ସେ ଦାବି କରିଛନ୍ତି, ତାଙ୍କୁ ମିଥ୍ୟା ଭାବରେ ଫସାଇ ଦିଆଯାଇଛି । ବିମାନ ଭିତରେ ଧରାପଡ଼ିବା ପରେ ତାଙ୍କୁ କୌଣସି ସ୍ପଷ୍ଟୀକରଣ ଦେବାର ସୁଯୋଗ ନଦେଇ ଗିରଫ କରାଯାଇଥିଲା ।

Advertisment

ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି। ତେଣୁ ପ୍ରଚଣ୍ଡ ମାନସିକ ଚାପ ଓ ଶାରୀରିକ ଆକ୍ରମଣ ଯୋଗୁଁ, ପ୍ରାୟ ୪୦ଟି ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ ହୋଇଥିଲି ବୋଲି ଚିଠିରେ ଦର୍ଶାଇଛନ୍ତି ରାନ୍ୟା । ଗତକିଛି ଦିନ ତଳେ ରାନ୍ୟା ରାଓ ଦୁବାଇରୁ ୧୪ କେଜି ସୁନା ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ। ସେ ତାମିଲ ସହ କନ୍ନଡ଼ର ଏକାଧିକ ଫିଲ୍ମରେ କାମ କରିଛନ୍ତି ।

DGP Karnataka Gold Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ