Advertisment

କେନ୍ଦ୍ରମନ୍ତ୍ରୀଙ୍କ ଜଲଓ୍ୱା ଦେଖିଲା ଦୁନିଆ : ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ ଅନୁରାଗ ଠାକୁର

ଦୁବାଇ ଏକ୍ସପୋରେ କେନ୍ଦ୍ରମନ୍ତ୍ରୀ ମତୁଆଲା ମୁଡ଼ରେ । ମିଡିଆ ସହ କଥାବାର୍ତ୍ତା ସରିବା ପରେ ଧୂମ୍ ମଚାଇଲେ ଅନୁରାଗ ଠାକୁର। ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ।

author-image
Prangyan Parimita
ଅଦ୍ୟତନ ହୋଇଛି
anurag thakur

anurag thakur

ଜଲଓ୍ୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ। ଠୁମକା ଲଗେଇଲେ ଅନୁରାଗ ଠାକୁର। ଦୁବାଇ ଏକ୍ସପୋରେ ବଲିଉଡ ଗୀତରେ ଧୁମ ନାଚିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଫିଲ୍ମର ହିଟ୍ ଗୀତ ‘ମଲ୍ହାରୀରେ ନାଚିଥିଲେ ଅନୁରାଗ। ଏହି ସମୟର ଭିଡିଓ ଏବେ ଖୁବ ଭାଇରାଲ୍ ହେଉଛି। ଭଲ କରି ଦେଖନ୍ତୁ ସେହି ଭିଡିଓ।

Advertisment

ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସପୋରେ ‘ଦ ଗ୍ଲୋବାଲ୍ ରିଚ୍ ଅଫ୍ ଇଣ୍ଡିଆନ୍ ମିଡିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି’ ପୋଗ୍ରାମରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ଭାରତୀୟ ପ୍ୟାଭିଲିୟନରେ କାର୍ଯ୍ୟକ୍ରମର ହୋଷ୍ଟ ଭାର ସମ୍ଭାଳୁଥିଲେ ବଲିଉଡ୍ ଅଭିନେତା ରଣବୀର ସିଂହ। କାର୍ଯ୍ୟକ୍ରମରେ ମିଡିଆ ସହ କଥାବାର୍ତ୍ତା ହୋଇଥିଲେ ଅନୁରାଗ। ଏହା ପରେ ବାଜିଥିଲା ସୁପର ହିଟ ହିନ୍ଦି ଗୀତ ‘ମଲ୍ହାରୀ। ପ୍ରଥମେ ରଣବୀର ଏହି ଗୀତରେ ପାଦ ଉଠାଇଥିଲେ। ଏହା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଠୁମକା ଲଗାଇଥିଲେ। ଯାହାକୁ ଦେଖି ଉପସ୍ଥିତ ଦର୍ଶକ ତାଳି ମାଡ଼ କରିବାକୁ ପଛାଇନଥିଲେ।

ସ୍ଵାଧୀନତାର ୭୫ ତମ ଉତ୍ସବ ପାଳନ କରୁଛି ଭାରତ। ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପାଳନ କରାଯାଉଛି। ଦୁବାଇରେ ଚାଲୁଥିବା ଦୁନିଆର ସବୁଠୁ ବଡ ପ୍ରଦର୍ଶନୀରେ ଭାରତ ନିଜର ଜାତୀୟ ଦିବସ ପାଳନ କରିଥିଲା। ଏହି ଅବସରରେ ଭାରତୀୟ ସଂସ୍କୃତି ଓ ଟେକ୍ନୋଲୋଜିର ନମୁନା ପୁରା ଦୁନିଆକୁ ଦେଖିବାକୁ ମିଳିଥିଲା। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବାର ରହିଛି।

Advertisment
Union Minister Anurag
Advertisment
Advertisment