Advertisment

ମୋଦିଙ୍କ ଘୋଷଣା, ବଦଳିବ ଭାରତୀୟ ନୌସେନାର ସମସ୍ତ ରାଙ୍କର ନାଁ

ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଉଠାଇ, ନାଭାଲ୍ ସିପରେ ଦେଶର ପ୍ରଥମ ମହିଳା କମାଣ୍ଡରଙ୍କୁ ନିଯୁକ୍ତି ପାଇଁ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Narendra Modi

Narendra Modi

Advertisment

ନୌସେନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ବଦଳିବ ଭାରତୀୟ ନୌସେନାର ସମସ୍ତ ରାଙ୍କର ନାଁ। ଭାରତୀୟ ସଂସ୍କୃତି ଅନୁସାରେ ନୌସେନାର ସମସ୍ତ ରାଙ୍କର ପୁନଃନାମକରଣ ହେବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନେଭି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ମୋଦି । ଏଥିସହ ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଉଠାଇ, ନାଭାଲ୍ ସିପରେ ଦେଶର ପ୍ରଥମ ମହିଳା କମାଣ୍ଡରଙ୍କୁ ନିଯୁକ୍ତି ପାଇଁ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ନୌବୀରଙ୍କୁ କହିଲେ- ଝୁକୋ ନେହିଁ, ରୁକୋ ନେହିଁ। ନୌସେନା ଦିବସ ସମାରୋହରେ ଯୋଗଦେଇ ପ୍ରଥମେ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଏହାପରେ ତାରକରଲି ବେଳାଭୂମିରେ ନୌସେନା ଯୁଦ୍ଧପୋତ, ଲଢ଼ୁଆ ବିମାନ ଓ ସ୍ପେଶାଲ ଫୋର୍ସଙ୍କ ପରାକ୍ରମ ପ୍ରଦର୍ଶନର ସାକ୍ଷୀ ହୋଇଥିଲେ।

ଏହି ଅବସରରେ ସେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ତାଙ୍କ ବୀରତ୍ୱର ସ୍ମୃତିଚାରଣ କରିଥିଲେ । ସୂଚନା ଯୋଗ୍ୟ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ କରାଚୀ ବନ୍ଦର ଉପରେ ଭାରତୀୟ ନୌସେନାର ଭୟଙ୍କର ଆକ୍ରମଣ ଓ ସଫଳତାକୁ ମନେ ପକାଇ, ପ୍ରତିବର୍ଷ ଡିସେମ୍ବର ୪ରେ ନେଭି-ଡେ' ପାଳନ କରାଯାଏ ।

Advertisment

Narendra Modi Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ