Advertisment

ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି।

ଅଦ୍ୟତନ ହୋଇଛି
ରାଣା ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ରାଣା ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

Advertisment

ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣା ଗିରଫ ଉଭୟଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫ ପରେ ସେମାନଙ୍କୁ ଖାର ଥାନାକୁ ନେଇଛି ପୋଲିସ। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଉଭୟଙ୍କ ବିରୋଧରେ ଅଞ୍ଚଳରେ ଶାନ୍ତି ଭଙ୍ଗ ଓ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ଅଭିଯୋଗରେ ଆଇପିସିର ଧାରା ୧୫୩-ଏ ଲଗାଯାଇଛି।

Advertisment

ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ।

ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଛି। ସେପଟେ ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି। ବିଜେପି ରାଣା ଦମ୍ପତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଛି।

Advertisment
Hanuman Chalisa Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ