Advertisment

୧୩୮ ଘଣ୍ଟା ୪୧ ମିନିଟ ୨ ସେକେଣ୍ଡରେ ଗୀତ ଗାଇ ଗିନିଜ୍‌ ୱାର୍ଲ୍ଡ ରେକର୍ଡ

ଜଗଦୀଶଙ୍କ ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟାଶଙ୍କର ମିଶ୍ର କଣ୍ଠଶିଳ୍ପୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

ଅଦ୍ୟତନ ହୋଇଛି
Ramcharitmanas registered as the world's longest song

Ramcharitmanas registered as the world's longest song

Advertisment

ତୁଳସୀ ଦାସ ରଚିତ ଧର୍ମ ଗ୍ରନ୍ଥ ରାମଚରିତମାନସ ବିଶ୍ୱର ସବୁଠୁ ଲମ୍ବା ଗୀତ ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି। କେରଳର ଜଗଦୀଶ ପିଲ୍ଲାଇ ରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ ଓ ୨ ସେକେଣ୍ଡରେ ଗାଇ ବିଶ୍ୱ ରେକର୍ଡ କରିଛନ୍ତି। ଏହାସହ ପୂର୍ବରୁ ବିଶ୍ୱର ଅନେକ ଗୀତିକାର ଗାଇଥିବା ଲମ୍ବା ଗୀତର ରେକର୍ଡକୁ ଭାଙ୍ଗି ଭାରତ ପାଇଁ ଗର୍ବ ଗୌରବ ଆଣିଛନ୍ତି ଜଗଦୀଶ।  

Advertisment

ଜଗଦିଶ କହିଛନ୍ତି ଯେ  ୨୦୧୬ରେ ଆମେରିକାର ଜଣେ ଆର୍ଟିଷ୍ଟଙ୍କ ନାଁରେ ବିଶ୍ୱର ସବୁଠୁ ଲମ୍ବା ଗୀତର ରେକର୍ଡ ଥିଲା। କିନ୍ତୁ ତାହା କେବଳ ଇନଷ୍ଟ୍ରୁମେଣ୍ଟାଲ୍ ଥିଲା। ହେଲେ ରାମାୟଣ ଓ ମହାଭାରତ ପରି ଅନେକ କାବ୍ୟ ଓ ଗ୍ରନ୍ଥ ଥାଇବି ଭାରତ କାହିଁକି ରେକର୍ଡରେ ଭାଗୀଦାର ହୋଇପାରିବ ନାହିଁ ଏହା ମୁଁ ଚିନ୍ତା କରିଥିଲି। 

ନିଜର କଣ୍ଠ ଓ ଭର୍ସନକୁ ନେଇ ଲକ୍ଷ୍ୟ ଦିଗରେ ଆଗେଇ ଚାଲିଲେ ଜଗଦିଶ। ୨୦୧୯ ମେ ୨୦ ସେ ଏହି ଭିଡିଓ ରେକର୍ଡିଂ ଆରମ୍ଭ କରିଥିଲେ। ହେଲେ କୋଭିଡ୍‌ ଲକ୍‌ଡାଉନ ଯୋଗୁଁ ୧ ବର୍ଷ ପାଇଁ ସ୍ଥଗିତ ରହିଥିଲା। ଫଳରେ ଗତବର୍ଷ ନଭେମ୍ବର ୧୦ରେ ସେ ଶେଷ କରିଥିଲେ। ୧୩୮ ଘଣ୍ଟା ୪୧ ମିନିଟ୍ ୨ ସେକେଣ୍ଡର ଗୀତକୁ ପ୍ରସ୍ତୁତ ତଥା ରେକର୍ଡିଂ, ଏଡିଟିଂ ଓ ମିକ୍ସିଂ କରିବା ପାଇଁ ତାଙ୍କୁ ୪ ବର୍ଷ ୬୩ ଦିନ ଓ ୨୯୫ ଘଣ୍ଟା ସମୟ ଲାଗିଥିଲା। 

Advertisment

ଜଗଦୀଶଙ୍କ ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟାଶଙ୍କର ମିଶ୍ର କଣ୍ଠଶିଳ୍ପୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଡକ୍ଟର ଜଗଦୀଶ ପିଲ୍ଲାଇ ପୂର୍ବରୁ ମଧ୍ୟ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ୨୦୨୧ରେ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ସବୁଠାରୁ ଲମ୍ବା ଗୀତ ଭାବରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ୧୧୫ ଘଣ୍ଟା ୪୫ ମିନିଟର ଏହି ଗୀତ ଥିବା ବେଳେ ପିଲ୍ଲାଇ ବ୍ରିଟେନ୍ ରେକର୍ଡକୁ ଭାଙ୍ଗିଛନ୍ତି ।  

Ramayan Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ