Advertisment

୨୦୨୪ ମକର ସଂକ୍ରାନ୍ତିରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ଏହି ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
 Ayodhya Ram Mandir

Ram Temple To Open For Devotees From January 2024

Advertisment

୨୦୨୪ ଜାନୁଆରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର। ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ଏହି ସୂଚନା ଦିଆଯାଇଛି।

Advertisment

ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ବର୍ତ୍ତମାନ ଭବ୍ୟ ରାମ ମନ୍ଦିରର ୫୦% କାମ ଶେଷ ହୋଇଛି। ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବର୍ତ୍ତମାନ ଯାଏ ହୋଇଥିବା କାମର ମାନ ସନ୍ତୋଷଜନକ ରହିଛି। ଅଯୋଧ୍ୟାରେ ଭବ୍ୟ ଦୀପତ୍ସୋବ ପରେ ପ୍ରଥମଥର ପାଇଁ ରାମମନ୍ଦିର ନିର୍ମାଣ ସ୍ଥଳ ଦେଖିବାକୁ ଟ୍ରଷ୍ଟ ପକ୍ଷରୁ ଗଣମାଧ୍ୟମକୁ ଆମନ୍ତ୍ରଣ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ

ଗତ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଧ୍ୟାନ କରିଥିବା ନିର୍ମାଣ ସ୍ଥଳ ପାଖକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଆଯାଇଥିଲା। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । 

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ