Advertisment

Ram Rahim Baba: ଦୁଷ୍କର୍ମକାରୀ ରାମ ରହିମ ସଜା ଭୋଗୁଛି ନା ମୌଜ କରୁଛି? ବିଭିନ୍ନ ମହଲରୁ ଉଠିଲା ପ୍ରଶ୍ନ

ପାରୋଲ ମିଳୁଛି ଦିନେ କିମ୍ବା ଦୁଇ ଦିନ କିମ୍ବା ଏକ-ଦୁଇ ସପ୍ତାହ ପାଇଁ ନୁହେଁ। କେତେବେଳେ ସିଧା ଏକ ମାସ ପାଇଁ ମିଳୁଛି ବାହାରକୁ ଯିବାର ସୁବିଧା। ବର୍ଷର ଆରମ୍ଭରେ ହିଁ ରାମ ରହିମ ପୂରା ଏକ ମାସ ୨୮ ଜାନୁଆରୀରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ପାରୋଲରେ ବାହାରକୁ ଆସିଥିଲା । । ଜେଲକୁ ଫେରିବା ପରେ ୪୦ ଦିନ ମଧ୍ୟରେ ପୁଣି ଦ୍ୱିତୀୟ ଥର ପାଇଁ ଫରଲୋ ମିଳିଗଲା।

ଅଦ୍ୟତନ ହୋଇଛି
Ram Rahim Baba

Ram Rahim Baba

Advertisment

ଗୁରମୀତ ରାମ ରହିମ ସିଂହକୁ ପୁଣି ପାରୋଲ୍ ଅନୁମତି ମିଳିଛି । ଏହି ପାରୋଲ୍ ପରେ ଏ ବର୍ଷ ସେ ୯୧ ଦିନ ଜେଲ ବାହାରେ ରହିବ । ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ, ଏ କି ପ୍ରକାରର ଆଇନ ଯେ ଦୁଇଟି ହତ୍ୟା ଓ ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପ୍ରତି ଦୁଇ ମାସରେ ଥରେ ଛୁଟି ମନାଇବା ପାଇଁ ଜେଲରୁ ବାହାରକୁ ଆସୁଛି।

Advertisment

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଗୁରମୀତ ରାମ ରହିମ ସିଂହଙ୍କୁ ପୁଣି ଥରେ ୪୦ ଦିନର ପାରୋଲ ମିଳିଛି। ଏହା ପୂର୍ବରୁ ଏପ୍ରିଲରେ ତାକୁ ୨୧ ଦିନର ଫରଲୋ ମିଳିଥିଲା।

ପାରୋଲ ମିଳୁଛି ଦିନେ କିମ୍ବା ଦୁଇ ଦିନ କିମ୍ବା ଏକ-ଦୁଇ ସପ୍ତାହ ପାଇଁ ନୁହେଁ। କେତେବେଳେ ସିଧା ଏକ ମାସ ପାଇଁ ମିଳୁଛି ବାହାରକୁ ଯିବାର ସୁବିଧା। ବର୍ଷର ଆରମ୍ଭରେ ହିଁ ରାମ ରହିମ ପୂରା ଏକ ମାସ ୨୮ ଜାନୁଆରୀରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ପାରୋଲରେ ବାହାରକୁ ଆସିଥିଲା । । ଜେଲକୁ ଫେରିବା ପରେ ୪୦ ଦିନ ମଧ୍ୟରେ ପୁଣି ଦ୍ୱିତୀୟ ଥର ପାଇଁ ଫରଲୋ ମିଳିଗଲା। ବର୍ଷର ସାତ ମାସ ହୋଇସାରିଛି । ରାମ ରହିମ ଜେଲ ବାହାରେ ରହିବ । ଅର୍ଥାତ୍ ଏ ବର୍ଷ ପୂରା ତିନି ମାସ ହୋଇଗଲାଣି । ୫ ବର୍ଷରେ ୩୬୬ ଦିନର ପାରୋଲ ।
ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମ ମୋଟ ୩୨୬ ଦିନ ଜେଲ ବାହାରେ ରହିଛି । ଅଗଷ୍ଟରେ ମିଳିଥିବା ଏହି ପାରୋଲ ପରେ ଏହା ୩୬୬ ଦିନ ହେବ।

Advertisment

ରାମ ରହିମକୁ ୨୦୧୭ରେ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ଜେଲ ଦଣ୍ଡ ମିଳିଥିଲା। ଏହା ପରେ ୨୦୧୯ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ବ୍ୟତୀତ ନିଜର ମ୍ୟାନେଜରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।

ଏବେ ତାଲିକା ଦେଖନ୍ତୁ:

୨୦ ଅକ୍ଟୋବର ୨୦୨୦: ମା’ଙ୍କୁ ଭେଟିବା ପାଇଁ ଏକ ଦିନର ପାରୋଲ

୧୨ ମଇ ୨୦୨୧: ବିପି ଯାଞ୍ଚ ପାଇଁ ଏକ ଦିନର ପାରୋଲ

୧୭ ମଇ ୨୦୨୧: ମା’ଙ୍କୁ ପୁଣି ଭେଟିବା ପାଇଁ ଏକ ଦିନର ପାରୋଲ

୩ ଜୁନ ୨୦୨୧: ପେଟ ଯନ୍ତ୍ରଣା କାରଣରୁ ୭ ଦିନର ପାରୋଲ

୧୩ ଜୁଲାଇ ୨୦୨୧: ଏମ୍ସରେ ଦେଖାଇବା ପାଇଁ ପାରୋଲ

୭ ଫେବୃଆରୀ ୨୦୨୨: ୨୧ ଦିନର ଫରଲୋ

୧୭ ଜୁନ ୨୦୨୨: ୩୦ ଦିନର ପାରୋଲ

ଅକ୍ଟୋବର ୨୦୨୨: ୪୦ ଦିନର ପାରୋଲ

୨୧ ଜାନୁଆରୀ ୨୦୨୩: ୪୦ ଦିନର ପାରୋଲ

୨୦ ଜୁଲାଇ ୨୦୨୩: ୩୦ ଦିନର ପାରୋଲ

୨୦ ନଭେମ୍ବର ୨୦୨୩: ୨୧ ଦିନର ପାରୋଲ

୧୯ ଜାନୁଆରୀ ୨୦୨୪: ୫୦ ଦିନର ପାରୋଲ

୧୩ ଅଗଷ୍ଟ ୨୦୨୪: ୨୧ ଦିନର ଫରଲୋ

୧ ଅକ୍ଟୋବର ୨୦୨୪: ୨୦ ଦିନର ଫରଲୋ

୨୮ ଜାନୁଆରୀ ୨୦୨୫: ୩୦ ଦିନର ପାରୋଲ

୯ ଏପ୍ରିଲ ୨୦୨୫: ୨୧ ଦିନର ଫରଲୋ (ଡେରା ସଚ୍ଚା ସୌଦାର ପ୍ରତିଷ୍ଠା ଦିବସ ପାଇଁ)।

୪ ଅଗଷ୍ଟ ୨୦୨୫: ୪୦ ଦିନର ପାରୋଲ

ଜଣେ କୁଖ୍ୟାତ ଅପରାଧୀ ବାରମ୍ୱାର ବିଭିନ୍ନ ଆଳରେ ବାହାରେ ବୁଲାବୁଲି କରି ପୁଣି ଜେଲକୁ ଫେରୁଛି । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

Advertisment

ଅଧିକ ପଢ଼ନ୍ତୁ: ତୃଣମୂଳ କଂଗ୍ରେସରେ ବିବାଦ, ମହୁଆ ମୈତ୍ରଙ୍କୁ କଡ଼ା ଜବାବ ଦେଲେ କଲ୍ୟାଣ ବାନାର୍ଜୀ

Jail Manual Gurmeet Ram Rahim Baba Ram Rahim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ