Advertisment

୪୦ ଦିନ ପାଇଁ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଗୁରୁ ରାମ ରହିମ୍‌

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।

ଅଦ୍ୟତନ ହୋଇଛି
Ram Rahim Singh gets 40-day parole

Ram Rahim Singh gets 40-day parole

Advertisment

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି। ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ସେ ବାଗପାଟ ଅଭିମୁଖେ ଯାତ୍ରା କରିଛନ୍ତି।

Advertisment

ମହିଳା ଅନୁଗତଙ୍କୁ ଦୁଷ୍କର୍ମ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା ସହ ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ହରିୟାଣା ରୋହତକର ସୁନରିଆ ଜେଲରେ ସଜ୍ଜା କାଟୁଛନ୍ତି ବିବାଦୀୟ ଧର୍ମଗୁରୁ ରାମ ରହିମ ।

ଆଜି ପାରୋଲରେ ମୁକୁଳିିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତରପ୍ରଦେଶର ବର୍ଣ୍ଣାଓ୍ୱାସ୍ଥିତ ଆଶ୍ରମରେ ପହଞ୍ଚିଛନ୍ତି। ଏହାପୂର୍ବରୁ ମଧ୍ୟ ଏକାଧିକ ବାର ପାରୋଲରେ ଆସିଛନ୍ତି ରାମ ରହିମ୍। ହରିୟାଣାରେ ଶିର୍ଶା ଆଶ୍ରମରେ ଦୁଇ ମହିଳା ଅନୁଗତଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଡେରା ମୁଖ୍ୟ ।

Advertisment

ସେହିଭଳି ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗରେ ୨୦୧୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁରୁମିତ୍ ରାମ୍ ରହିମ୍ । ୨୦୦୨ରେ ଜଣେ ଡେରା ମ୍ୟାନେଜରଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଜେଲ୍‌ ନିୟମ ଅନୁଯାୟୀ ରାମ ରହିମଙ୍କୁ ପାରୋଲ ମିଳିଥିବା କହିଛନ୍ତି ହରିୟାଣାର ଜେଲ୍‌ ମନ୍ତ୍ରୀ ।  ସେ କହିଛନ୍ତି, ପାରୋଲ ସମ୍ବନ୍ଧରେ ଜେଲର ନିଜସ୍ୱ ବ୍ୟବସ୍ଥା ଅଛି। ଯେତେବେଳେ ଜଣେ ବ୍ୟକ୍ତି ଜେଲରେ ଅଛନ୍ତି, ତାଙ୍କ ପରିବାର ସଦସ୍ୟ ପାରୋଲ ପାଇଁ ଆବେଦନ କରନ୍ତି, ଏହା ସେମାନଙ୍କର ଅଧିକାର । ଏ ସମ୍ପର୍କରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।
ଗୁରୁମିତ  ରାମ ରହିମଙ୍କ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆଶ୍ରମ ରହିଥିବା ବେଳେ ତାଙ୍କ ବହୁ ସଂଖ୍ୟାରେ ଅନୁଗତ ମଧ୍ୟ ରହିଛନ୍ତି।

Gurmeet Ram Rahim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ