Advertisment

ଖୁବ ଶୀଘ୍ର ଗର୍ଭଗୃହରେ ବିରାଜିବେ ଶ୍ରୀରାମ; ହୋଟେଲ୍ ବୁକ୍ କରିବାରେ ବ୍ୟସ୍ତ ଟ୍ରାଭେଲ୍ ଏଜେଣ୍ଟ୍

ଜାନୁଆରୀ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପ୍ରାୟ ୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି। ତେବେ ଉଦ୍‌ଘାଟନୀ ସମାରୋହରେ କେବଳ ୧୦ ହଜାର ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସେଠାରେ ରଖିବା ନେଇ କୁହାଯାଇଛି।

ଅଦ୍ୟତନ ହୋଇଛି
Ayodhya Ram Mandir Inauguration

Ram mandir inauguration rush to block hotel room for event

Advertisment

ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରାୟ ପାଞ୍ଚ ଶତାବ୍ଦୀ ପରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଭବ୍ୟ ମନ୍ଦିରର ଗର୍ଭଗୃହରେ ସ୍ଥାପନା ହେବାକୁ ଯାଉଛି। ଏହି ଐତିହାସିକ ଘଟଣାର ସାକ୍ଷୀ ହେବା ପାଇଁ ବହୁ ସଂଖ୍ୟକ ଲୋକ ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ଏବଂ ମନ୍ଦିର ନିର୍ମାଣ କମିଟି ଦ୍ୱାରା ଶେଷ ହୋଇଛି।

Advertisment

ଜାନୁଆରୀ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପ୍ରାୟ ୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି। ତେବେ ଉଦ୍‌ଘାଟନୀ ସମାରୋହରେ କେବଳ ୧୦ ହଜାର ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସେଠାରେ ରଖିବା ନେଇ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଏମିତି ତିଆରି ହୋଇଛି ରାମ ମନ୍ଦିର.. ଶକ୍ତଶାଳୀ ଭୂ-କମ୍ପ ବି କିଛି କ୍ଷତି କରିପାରିବନି !

Advertisment

ବର୍ତ୍ତମାନ ଭକ୍ତମାନେ ସେମାନଙ୍କ ଭଗବାନଙ୍କୁ ଗର୍ଭଗୃହରେ ଦର୍ଶନ କରିବାକୁ ଉତ୍ସାହ ହୋଇପଡିଲେଣି। ଅଯୋଧ୍ୟାରେ ହୋଟେଲଗୁଡିକର ବୁକିଂ ଫିଗରକୁ ଦେଖି ଏହା ଅନୁମାନ କରାଯାଉଛି। ୨୦ ରୁ ୨୬ ଜାନୁୟାରୀ ୨୦୨୪ ମଧ୍ୟରେ ଅଯୋଧ୍ୟାରେ ହୋଟେଲ, ଧର୍ମଶାଳା, ଗେଷ୍ଟହାଉସ ଆଦିକୁ ବହୁ ସଂଖ୍ୟକ ଲୋକ ରୁମ୍ ବୁକିଂ କରିବାରେ ଲାଗିଛନ୍ତି। ଏଥି ସହିତ ଟ୍ରାଭେଲ ଏଜେଣ୍ଟମାନେ ମଧ୍ୟ ଏହି ଐତିହାସିକ ଘଟଣା ଉପରେ ଦୃଷ୍ଟି ରଖିଛନ୍ତି।

ରାମ ଜନ୍ମଭୂମିରେରେ ନିର୍ମିତ ଭବ୍ୟ ମନ୍ଦିରର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଦାବି କରାଯାଇଛି। ଏହା ପରେ ଉଦଘାଟନୀ ସମାରୋହର କାର୍ଯ୍ୟକ୍ରମ ଆରମ୍ଭ ହେବ। ଦାବି କରାଯାଉଛି ଯେ ମକର ସଂକ୍ରାନ୍ତି ବା ୧୫ ଜାନୁୟାରୀ ୨୦୨୪ ରୁ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମକୁ ଦେଶ ତଥା ବିଶ୍ୱରେ ଏକ ଭବ୍ୟ ଡଙ୍ଗରେ ପାଳନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରସ୍ତୁତ ହେଉଛି।

Advertisment

ସମଗ୍ର ଦେଶରେ ମଠ ଏବଂ ମନ୍ଦିରଗୁଡ଼ିକରେ ଏହି ଉଦ୍‌ଘାଟନୀ ସମାରୋହକୁ ଟେଲି ପ୍ରସାରଣ ପାଇଁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ବିଦେଶରେ ଥିବା ଭାରତୀୟ ଦୂତାବାସରେ ଉଦ୍‌ଘାଟନୀ ସମାରୋହର ସିଧା ପ୍ରସାରଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଆୟୋଜିତ ଏହି ମହାନ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ବୃଦ୍ଧି ପାଉଛି।

ଜଣେ ହୋଟେଲ ମାଲିକ କହିଛନ୍ତି ଯେ “ଟ୍ରାଭେଲ୍‌ ଏଜେଣ୍ଟମାନଙ୍କ ମାଧ୍ୟମରେ ବହୁ ସଂଖ୍ୟକ ହୋଟେଲ ରୁମ୍‌ ବୁକ୍ କରାଯାଉଛି। ଦେଶର ବିଭିନ୍ନ କୋଣରୁ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଆଶା କରାଯାଉଛି।

ଦେଖନ୍ତୁ ଭିଡିଓ | ଷ୍ଟ୍ରିଟ୍ ଲାଇଟରେ ବି ଶ୍ରୀରାମ

ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଟ୍ରାଭେଲ୍‌ ଏଜେଣ୍ଟମାନେ ମଧ୍ୟ ରୁମ୍ ବୁକିଂ କରୁଛନ୍ତି। ଏହା ମଧ୍ୟ ଆଶଙ୍କା ରହିଛି ଯେ ଉଦ୍‌ଘାଟନୀ ସମାରୋହରେ ଏହି ଟ୍ରାଭେଲ୍‌ ଏଜେଣ୍ଟମାନେ ବୁକ୍ ହୋଇଥିବା ହୋଟେଲ ରୁମ୍‌ଗୁଡିକୁ ଅଧିକ ମୂଲ୍ୟରେ ଭକ୍ତମାନଙ୍କୁ ଦେଇପାରନ୍ତି।”

ଅନ୍ୟ ଏକ ଲକ୍ଜରୀ ହୋଟେଲ ମାଲିକ କହିଛନ୍ତି ଯେ “ଟ୍ରାଭେଲ୍‌ ଏଜେଣ୍ଟ୍‌ମାନେ ଅଧିକ ଟଙ୍କା ଦେଇ ଆଗୁଆ ହୋଟେଲ ବୁକ୍ କରିବାକୁ ଅଫର ଦେଇଛନ୍ତି। ଏହି ଟ୍ରାଭେଲ କମ୍ପାନୀଗୁଡିକ ବୁକିଂ ପାଇଁ ସେମାନଙ୍କର ସ୍ଥାନୀୟ ଏଜେଣ୍ଟମାନଙ୍କୁ ନିଯୁକ୍ତ କରିଛନ୍ତି।”

ଏକ ରିପୋର୍ଟ ଅନୁଯାୟୀ ଅଯୋଧ୍ୟା ଧାମରେ ପ୍ରାୟ ୧୫୦ ହୋଟେଲ ଅଛି। ଏଥିମଧ୍ୟରେ ୧୦ ଟି ଲକ୍ଜରୀ ହୋଟେଲ, ୨୫ଟି ବଜେଟ୍ ହୋଟେଲ, ୧୧୫ଟି ଇକୋନୋମି ହୋଟେଲ, ୩୫ଟି ଅଜ୍ଞାତ ଗେଷ୍ଟ୍‌ ହାଉସ୍, ୫୦ ଟି ଧର୍ମଶାଳା ଏବଂ ୫୦ଟି ହୋମ୍‌ଷ୍ଟେ’ / ପେମେଣ୍ଟ୍ ଗେଷ୍ଟ ହାଉସ୍ ରହିଛି। ଯାହାକୁ ଦେଖିଲେ ଜିଲ୍ଲାରେ ମୋଟ ୧୦ ହଜାର ରୁମ୍ ରହିଛି।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ