RAJNATH
ରାଜନାଥଙ୍କ ରଣହୁଙ୍କାର । ନାଁ ନନେଇ ଡୋନାଲ୍ଡ ଟ୍ରମ୍ଫଙ୍କୁ ଟାର୍ଗେଟ କଲେ ପ୍ରତିରକ୍ଷା ମନ୍ତ୍ରୀ । ଭାରତ-ଆମେରିକା ଟାରିଫ୍ ୱାର୍ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ରାଜନାଥ ମାରିଲେ ତେରଛା ବାଣ । କହିଛନ୍ତି, ଭାରତ ହେଉଛି ବିଶ୍ୱର ଦ୍ରୁତତମ ବିକାଶ କରୁଥିବା ଦେଶ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଭାରତର ବିକାଶ ପସନ୍ଦ ନୁହେଁ । ସେମାନେ ନିଜକୁ ଦୁନିଆର ‘ବସ୍’ ବୋଲି ଭାବୁଛନ୍ତି ।
ଭାରତ କିପରି ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ତାହା ସେମାନେ ବୁଝିପାରୁନାହାନ୍ତି । ସେମାନେ ଚାହୁଛନ୍ତି ଭାରତରେ ଭାରତୀୟଙ୍କ ଦ୍ୱାରା ତିଆରି ହେଉଥିବା ଜିନିଷ ଯଦି ଅନ୍ୟ କୌଣସି ଦେଶକୁ ଯାଏ, ତେବେ ତାହା ସେହି ଦେଶରେ ତିଆରି ହେଉଥିବା ଜିନିଷଠାରୁ ଅଧିକ ମହଙ୍ଗା ହୋଇଯାଉ । ଯାହାଫଳରେ ବିଶ୍ୱର ଲୋକମାନେ ତାକୁ କିଣିବେ ନାହିଁ । କିନ୍ତୁ ଭାରତ ଆଜି ଯେଉଁ ଦ୍ରୁତ ଗତିରେ ଆଗକୁ ବଢୁଛି, ଦିନେ ଭାରତ ବିଶ୍ୱର ଏକ ବଡ଼ ଶକ୍ତି ଭାବେ ଉଭା ହେବ ବୋଲି କହିଛନ୍ତି ରାଜନାଥ ସିଂ ।
ସେହିପରି ସେ ଆହୁରି କହିଛନ୍ତି, ଯେତେବେଳେ ପ୍ରତିରକ୍ଷା କ୍ଷେତ୍ର କଥା ଆସେ, ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ବର୍ତ୍ତମାନ ଆମେ ୨୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଆମେ ରପ୍ତାନି କରୁଛୁ । ଏହା ହେଉଛି ଭାରତର ଶକ୍ତି, ଏହା ନୂଆ ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ର ।
ମଧ୍ୟପ୍ରଦେଶର ଭୋପାଳରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ BEML ର ନୂଆ ରେଳ କୋଚ୍ ଫ୍ୟାକ୍ଟ୍ରିର ଭୂମି ପୂଜନ କରି ଭାରତ ଦୁନିଆର ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଦେଶ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us