Advertisment

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ରାଜନାଥ ସିଂ

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ।

ଅଦ୍ୟତନ ହୋଇଛି
Defense Minister Rajnath Singh

Defense Minister Rajnath Singh

Advertisment

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ। 

Advertisment

ବର୍ଷସାରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ସହ କେନ୍ଦ୍ର ସରକାର ସବୁବେଳେ ଅଛନ୍ତି ବୋଲି ରାଜନାଥ କହିଥିଲେ । ପ୍ରଥମେ ସିଆଚିନ ଅଞ୍ଚଳ ଯାଇ ହୋଲି ଖେଳିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ଲେହ ଯାଇଥିଲେ ରାଜନାଥ ସିଂ ।

Advertisment

ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍‌’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଯବାନଙ୍କୁ ରଙ୍ଗ ଲଗାଇବା ସହ ମିଠା ଖୁଆଇଥିଲେ ।

ଦେଶବାସୀ କିପରି ଘରେ ସୁରକ୍ଷିତ ଭାବରେ ହୋଲି ମନାଇ ପାରିବେ ସେଥିପାଇଁ ସୀମାରେ ଦେଶରକ୍ଷା ଲାଗି ଯବାନମାନେ ନିୟୋଜିତ ହୋଇ ଅଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ମନୋବଳ ବଢାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲେହରେ ପହଞ୍ଚିଥିଳେ । ଏହି ସମୟରେ ହୋଲି ପର୍ବ ମନାଇ ଆମ ବୀର ଯବାନମାନେ ଖୁବ୍ ରଙ୍ଗ ଖେଳିଛନ୍ତି ଓ ପରସ୍ପରକୁ ମିଠା ଖୁଆଇଛନ୍ତି ।

Advertisment
Holi Celebration Defence Minister Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ