Advertisment

ସଂସଦରେ ‘ଅପରେସନ୍ ସିନ୍ଦୂର’ ତାତି: ବିରୋଧୀଙ୍କ ଅସ୍ତ୍ରବିରତି ଦାବିକୁ ରୋକଠୋକ୍ ଖଣ୍ଡନ କଲେ ରାଜନାଥ

ରାମାୟଣରେ ହନୁମାନଙ୍କ ରଣନୀତି ଓ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ଶିଶୁପାଳ ବଧ ପ୍ରସଙ୍ଗ ଉଠାଇ, ପାକିସ୍ତାନର ଧୃଷ୍ଟତା ଉପରେ ଆଲୋକପାତ କରିବା ସହ କହିଛନ୍ତି, ପହଲଗାମ ହମଲା ପରେ ମୁହଁତୋଡ ଜବାବ ଦେବା ଜରୁରୀ ଥିଲା। ତେବେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଭାରତ-ପାକ୍ ଅସ୍ତ୍ରବିରତି ଦାବିକୁ ପରୋକ୍ଷରେ ଖଣ୍ଡନ କରିଛନ୍ତି ରାଜନାଥ।

Operation Sindoor

Operation Sindoor

Advertisment

ପାକିସ୍ତାନକୁ ଧୋଇଲେ, ବିରୋଧୀଙ୍କୁ ବି ଶୁଣେଇଲେ । ଲୋକସଭାରେ ଅପରେସନ୍ ସିନ୍ଦୂର ବିତର୍କ ତାତି।ପାକିସ୍ତାନ ଛାତିରେ ଭାରତର ପରାକ୍ରମ ବଖାଣିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ ଗୁଳି ଶବ୍ଦ ଭିତରେ ଆତଙ୍କୀ ଭାଷା କହୁଥିବା ପାକିସ୍ତାନ ସହ ଆଲୋଚନା ଅସମ୍ଭବ । ଏଥିସହ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ପରୋକ୍ଷରେ ରୋକଠୋକ୍ ଖଣ୍ଡନ କରିଛନ୍ତି ରାଜନାଥ ।

Advertisment

ସଂସଦରେ ଅପରେସନ୍ ସିନ୍ଦୂରର ଗୌରବ ଗାଥା । ରାଜନାଥ ବଖାଣିଲେ ଭାରତୀୟ ବୀରଙ୍କ ଶୌର୍ଯ୍ୟର କଥା । ଲୋକସଭାରେ ଅପରେସନ୍ ସିନ୍ଦୁର ସଂପର୍କିତ ମହାବିତର୍କରେ ବିବୃତି ରଖି, ମେ ୭ରୁ ମେ ୧୦ ଭିତରେ ଭାରତ କିପରି ପାକିସ୍ତାନ ଭିତରେ ପଶି ଆତଙ୍କୀ ଓ ତାଙ୍କ ଆକ୍କାଙ୍କୁ ଧୂଳି ଚଟାଇ ଥିଲା, ସେନା କିପରି ଶତ୍ରୁର ନିଦ ହଜାଇ ଦେଇଥିଲା, ତାର ଆମୁଳଚୂଳ ବିବରଣୀ ଦେଶ ସମ୍ମୁଖରେ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ।

ରାମାୟଣରେ ହନୁମାନଙ୍କ ରଣନୀତି ଓ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ଶିଶୁପାଳ ବଧ ପ୍ରସଙ୍ଗ ଉଠାଇ, ପାକିସ୍ତାନର ଧୃଷ୍ଟତା ଉପରେ ଆଲୋକପାତ କରିବା ସହ କହିଛନ୍ତି, ପହଲଗାମ ହମଲା ପରେ ମୁହଁତୋଡ ଜବାବ ଦେବା ଜରୁରୀ ଥିଲା। ତେବେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଭାରତ-ପାକ୍ ଅସ୍ତ୍ରବିରତି ଦାବିକୁ ପରୋକ୍ଷରେ ଖଣ୍ଡନ କରିଛନ୍ତି ରାଜନାଥ। କହିଛନ୍ତି- କୌଣସି ଚାପରେ ଅପରେସନ୍ ସିନ୍ଦୁର ବନ୍ଦ ହୋଇଛି ବୋଲି କହିବା ବା ଭାବିବା ସମ୍ପୂର୍ଣ୍ଣ ଭୁଲ୍ ଓ ଭିତ୍ତିହୀନ। ଭାରତ ନିଜ ରାଜନୈତିକ ଓ ସାମରିକ ଲକ୍ଷ୍ୟ ପୂରଣ କରିବା ପରେ ହିଁ ଏହାକୁ ସ୍ଥଗିତ ରଖାଯାଇଛି। ତେବେ ଏହା ଶେଷ ହୋଇନାହିଁ। ପାକିସ୍ତାନ କୌଣସି ଦୁଃସାହସ କଲେ ପୁଣି ପ୍ରହାର ହେବ ।

Advertisment

ପାକିସ୍ତାନ ଭାରତରେ କୌଣସି ଟାର୍ଗେଟକୁ ହିଟ୍ କରିପାରିନାହିଁ ଏବଂ ଆମର କୌଣସି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ କ୍ଷତି ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜନାଥ। ଆତଙ୍କବାଦର ଭାଷା କହୁଥିବା ପାକିସ୍ତାନ ସହ କୌଣସି ସ୍ଥିତିରେ ଆଲୋଚନା ସମ୍ଭବ ନୁହେଁ ବୋଲି କହିବା ସହ, ଭାରତୀୟ ସେନାକୁ ସିଂହ ଓ ପାକିସ୍ତାନକୁ ବେଙ୍ଗ ସହ ତୁଳନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ଯାହାକି ଲୋକସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଏଥିସହ ଶତ୍ରୁକୁ ସାବଧାନ କରି କହିଛନ୍ତି, ଯେଉଁମାନେ ଭାରତକୁ ହଜାରେ କ୍ଷତ ଦେବାକୁ ସ୍ବପ୍ନ ଦେଖୁଛନ୍ତି, ସେମାନେ ଏବେ ନିଦରୁ ଜାଗିଯିବା ଦରକାର। କାରଣ ଇଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ନୂଆ ଭାରତ, ଯାହା ଆତଙ୍କବାଦ ବିରୋଧରେ କିଛି ବି କରିପାରେ ।

ଅଭିଭାଷଣରେ ବିରୋଧୀଙ୍କ ଉପରେ ବି ନିଶାନା ସାଧିଛନ୍ତି ରାଜନାଥ । କହିଛନ୍ତି, କିଛି ବିରୋଧୀ ସଦସ୍ୟ ପଚାରୁଛନ୍ତି ଯେ, ଆମର କେତୋଟି ବିମାନ ଧ୍ବଂସ ହୋଇଛି । କିନ୍ତୁ ସେମାନେ ପଚାରିବା କଥା, ଆମେ ବିରୋଧୀଙ୍କର କେତୋଟି ବିମାନ ଉଡ଼ାଇଛୁ। ଅନ୍ୟପକ୍ଷରେ ପହଲଗାମରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ, ପିଓକେ ପ୍ରସଙ୍ଗ ଉଠାଇଛନ୍ତି ।

Advertisment
Rajnath Singh Parliament Opposition Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ