Advertisment

BrahMos Missile: 'ଯଦି ବ୍ରହ୍ମୋସ୍‌ର ପାୱାର ନ ଦେଖିଛ, ପାକିସ୍ତାନକୁ ପଚାର'

ଉତ୍ତରପ୍ରଦେଶର ଲକ୍ଷ୍ନୈ।ରେ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଡକ୍ସନ ୟୁନିଟ୍ ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଅଦ୍ୟତନ ହୋଇଛି
Brahmos Missile

Brahmos Missile

Advertisment

ଉତ୍ତରପ୍ରଦେଶର ଲକ୍ଷ୍ନୈ।ରେ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଡକ୍ସନ ୟୁନିଟ୍‌ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରେସନ ସିନ୍ଦୂରରେ ଭାରତ ବ୍ରହ୍ମୋସ୍ ମିଜାଇଲ ବ୍ୟବହାର କରିଥିବା କଥା କହିଛନ୍ତି । ଯୋଗୀ କହିଛନ୍ତି, ‘‘ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ବ୍ରହ୍ମୋସ୍ ମିଜାଇଲ କେତେ ଯେ ଶକ୍ତିଶାଳୀ, ଯଦି କିଏ ଜାଣିବାକୁ ଚାହୁଁଛ ତାହାଲେ ସେ ବିଷୟରେ ପାକିସ୍ତାନକୁ ପଚାରିପାରିବ ।'' ଆତଙ୍କବାଦ ବିଷୟରେ ସେ କହିଛନ୍ତି, କୁକୁର ଲାଙ୍ଗୁଡ ଯେତେ ସିଧା କଲେ ମଧ୍ୟ ସେ ବଙ୍କା ହୋଇଯାଏ, କେବେ ସିଧା ହୁଏ ନାହିଁ ବୋଲି ପାକିସ୍ତାନକୁ ଆକ୍ଷେପ କରି କହିଛନ୍ତି ।

Advertisment

ଯୋଗୀ ଆଦିତ୍ୟନାଥ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଡକ୍ସନ ୟୁନିଟ୍ ବିଷୟରେ କହିଛନ୍ତି ଯେ, ବ୍ରହ୍ମୋସ୍ ପ୍ରୋଜେକ୍ଟ ପାଇଁ ୟୁପି ସରକାର ୨୦୦ ଏକର ଜମି ମଞ୍ଜୁର କରିଛନ୍ତି, ଯେଉଁଠାରେ ଖୁବଶୀଘ୍ର ଉତ୍ପାଦନ ଆରମ୍ଭ ହେବ ।’’ ୩୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ୟୁନିଟ୍ । ଏଠାରେ ବାର୍ଷିକ ୮୦ରୁ ୧୦୦ ମିଜାଇଲ ଉତ୍ପାଦନ ହେବ । ଏହା ଦେଶର ଦ୍ୱିତୀୟ ବୃହତ୍ ଉତ୍ପାଦନ କେନ୍ଦ୍ର । ଭାରତ ଓ ଋଷିଆର ମିଳିତ ଉଦ୍ୟୋଗ ବ୍ରହ୍ମୋସ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରକୁ ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ଉତକ୍ଷେପଣ କରାଯାଇପାରିବ । ଏହି ମିସାଇଲ ୨୯୦ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ଶତ୍ରୁ ପକ୍ଷକୁ ଟାର୍ଗେଟ କରିପାରିବ ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ, ଉପସ୍ଥିତ ଅଛନ୍ତି ୩ ସେନା ମୁଖ୍ୟ

Advertisment

‘ଅପରେସନ ସିନ୍ଦୂର’ ଆତଙ୍କବାଦୀ ବିରୋଧି ମିଶନରେ ଭାରତ ଆଡଭାନ୍ସଡ ଟେକ୍ନୋଲୋଜି ବ୍ୟବହାର କରିଥିଲା । ଯାହା ପାକିସ୍ତାନକୁ ମାତ୍ ଦେଇଥିଲା । ଭାରତ ଋଷଠାରୁ କିଣିଥିବା ଏସ୍-୪୦୦ ସୁଦର୍ଶନ ଚକ୍ର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ବ୍ୟବହାର କରିଥିଲା । ଯାହା ପାକିସ୍ତାନର ଡ୍ରୋନ ଓ ମିସାଇଲ ଆକ୍ରମଣକୁ ପ୍ରତିହତ କରିଥିଲା । 

ଭର୍ଚୁଆଲରେ ଏହି ବ୍ରହ୍ମୋସ୍ ମିଜାଇଲ ୟୁନିଟ୍ ଉଦଘାଟନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘‘ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆତଙ୍କବାଦ ବିରୋଧରେ ଦୃଢ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତା । ଆତଙ୍କବାଦୀ ଓ ସେମାନଙ୍କ ମାଲିକଙ୍କ ଆରପାରି ଭୂମି ସୁରକ୍ଷିତ ନୁହେଁ ।’’

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍, ଗୁଳିବର୍ଷଣ କଲା

BrahMos Supersonic Cruise Missile Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ