Advertisment

ସୀମାର ଶାନ୍ତି ଉପରେ ନିର୍ଭର କରୁଛି ଦୁଇ ଦେଶର ସଂପର୍କ: ରାଜନାଥ

ଚୀନର ଷ୍ଟେଟ କାଉନସିଲ ଓ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ ଫୁ ଙ୍କୁ ଏହା କହିଛନ୍ତି ରାଜନାଥ ସିଂହ । SCO ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା।

Rajnath Singh Discusses LAC Violations

Rajnath Singh Discusses LAC Violations

Advertisment

ଚୀନକୁ ସଫା ସଫା ଶୁଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୀମାର ଶାନ୍ତି ଉପରେ ନିର୍ଭର କରୁଛି ଦୁଇ ଦେଶର ସଂପର୍କ । ଏଲଏସି ବିବାଦର ସମାଧାନ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ଚୁକ୍ତି ଅନୁସାରେ ହେବା ଉଚିତ । ଚୀନର ଷ୍ଟେଟ କାଉନସିଲ ଓ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ ଫୁ ଙ୍କୁ ଏହା କହିଛନ୍ତି ରାଜନାଥ ସିଂହ । SCO ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା।

Advertisment

ଉଭୟେ ଆଫଗାନିସ୍ତାନ ଓ ସେଣ୍ଟ୍ରାଲ ଏସିଆ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ନୂଆଦିଲ୍ଲୀରେ ସାଂଘାଇ କୋଅପରେସନ ଅର୍ଗାନାଇଜେସନର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ଚୀନ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି। ଇରାନ, କାଜଖସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରାଜନାଥ ସିଂହ।

କାଲି ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନର ବୈଠକରେ ରାଜନାଥ ସିଂହ ଅଧ୍ୟକ୍ଷତା କରିବେ। ଅନ୍ୟ ସଦସ୍ୟ ରାଷ୍ଟ୍ର ରୁଷିଆ, ଚୀନ, କାଜାଖାସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ।

Advertisment

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଅନଲାଇନରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତା ସହିତ ବେଲାରୁଷ ଓ ଇରାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । SCOର ଏହି ବୈଠକର ଶାନ୍ତି ଓ ସୁରକ୍ଷା, ଆତଙ୍କବାଦ ମୁକାବିଲା ପ୍ରସଙ୍ଗରେ ଆଲୋଚନା ହେବ। 

Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ