Advertisment

CDS authorised to issue orders: ଜଏଣ୍ଟ ଅର୍ଡର ଜାରି କରିବାକୁ ସିଡିଏସଙ୍କୁ ମିଳିଲା କ୍ଷମତା

ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ତିନି ସେନା ମୁଖ୍ୟଙ୍କୁ ଜଏଣ୍ଟ ଅର୍ଡର ଜାରି କରତବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ଅନୀଲ ଚୌହାନଙ୍କୁ କ୍ଷମତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

CDS

CDS

Advertisment

ଭାରତୀୟ ସଶସ୍ତ୍ର ବଳ ହେବ ଆଧୁନିକ । ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ନୂଆ କ୍ଷମତା ପଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର ୩ ସେନା (ସ୍ଥଳ ସେନା, ବାୟୁ ସେନା ଓ ନୌସେନା) ସେନା ମୁଖ୍ୟଙ୍କୁ ଆଦେଶ ଜାରି କରିପାରିବେ ସିଡିଏସ୍। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନରାଲ ଅନୀଲ ଚୌହାନଙ୍କୁ ଏହି କ୍ଷମତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏଣିକି ଜଏଣ୍ଟ ଇନଷ୍ଟ୍ରକ୍ସନ୍ ଓ ଜଏଣ୍ଟ ଅର୍ଡର ଜାରି କରିପାରିବେ ସିଡିଏସ୍। 

Advertisment

ଅଧିକ ପଢ଼ନ୍ତୁ: ବଢ଼ିଲା ଟ୍ରେନ ଭଡ଼ା, ଏଣିକି ଦେବାକୁ ପଡିବ ଏତିକି ଟଙ୍କା

ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକାଠି ହୋଇ କାମ କରିବାକୁ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରତି ସେନା ପାଇଁ ଇସ୍ୟୁ ହେଉଥିଲା ଭିନ୍ନ ଭିନ୍ନ ଅର୍ଡର। ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଭିତରେ ଏହା ଏକ ବଡ ପରିବର୍ତ୍ତନ। ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ସେନା ପକ୍ଷରୁ କୌଣସି ମାମଲାରେ ପୃଥକ ପୃଥକ ନିର୍ଦ୍ଦେଶ କିମ୍ବା ଆଦେଶ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ୩ ସେନା ଭିତରେ ସମନ୍ୱୟ ରକ୍ଷା ଏବଂ ତାଳମେଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି । 

ଏହି ବିବୃତ୍ତିରେ କୁହାଯାଇଛି ଯେ, ଏହି ନୂଆ ପରିବର୍ତ୍ତନ ହେବା ଫଳରେ ୩ ସେନାବାହିନୀଙ୍କ ମଧ୍ୟରେ ଉତ୍ତମ ପାରଦର୍ଶିତା, ସମନ୍ବୟ ଓ ପ୍ରଶାସନିକ ଦକ୍ଷତା ରହିପାରିବ। ଏହା ଦ୍ବାରା ଥିଏଟର କମାଣ୍ଡ ଲାଗୁ କରିବାର ପ୍ରୟାସ ଭାବେ ଦେଖାଯାଉଛି। ଏହି ଥିଏଟର କମାଣ୍ଡ ଅଧିନରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନା ଏକାଠି କାର୍ଯ୍ୟ କରିବେ।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

Defence Minister Rajnath Singh Chief Of Defence Staff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ