Advertisment

ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
Rajnath Singh

Rajnath Singh

ଏଲଓସି ନିକଟରେ ମୁତୟନ ହେବେ ମହିଳା ସେନା ଅଧିକାରୀ । ଏନେଇ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଣିକି ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଦେଶିକ ସେନାର ଇଞ୍ଜିନିୟରିଂ ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି ।...

Advertisment

ଭାରତ ଓ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଅଲଗା କରେ ଲାଇନ ଅଫ୍ କଣ୍ଟ୍ରୋଲ୍ ବା LOC । ଅତି ସମ୍ବେଦନଶୀଳ ଏବଂ ଉତ୍ତେଜନାପ୍ରବଣ ସୀମାରେଖା। ସବୁବେଳେ ସଜାଗ ଥାଆନ୍ତି ସୁରକ୍ଷାକର୍ମୀ । କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ, ତ ଆଉ କେତେବେଳେ ଅନୁପ୍ରବେଶର ଆଶଙ୍କା । ଏଭଳି ଗୁରୁତ୍ୱପୂର୍ଣ୍ଣ ଇଲାକାରେ ମୁତୟନ ହେବେ ମହିଳା ।

ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଦେଶିକ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରାଦେଶିକ ସେନାର ମହିଳା ଅଧିକାରୀଙ୍କ ପାଇଁ ରହିଥିବା ବର୍ତ୍ତମାନର କ୍ୟାଡର ପରିଚାଳନା ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

Advertisment

ଏଥିସହ ନୂଆଦିଲ୍ଲୀସ୍ଥିତ ଟେରିଟରିଆଲ୍ ଆର୍ମି ଗ୍ରୁପ୍ ହେଡକ୍ୱାର୍ଟର୍ସରେ ବି ସେମାନଙ୍କୁ ନିଯୁକ୍ତି ମିଳିବ । ୨୦୧୯ରୁ ଟେରିଟରିଆଲ୍ ଆର୍ମିରେ ମହିଳା ଅଫିସରଙ୍କୁ ସାମିଲ କରାଯାଉଥିବା ବେଳେ, ପୂର୍ବରୁ ସେମାନେ ଇକୋଲୋଜିକାଲ ଟାସ୍କଫୋର୍ସ ୟୁନିଟ୍, ଟେରିଟୋରିଆଲ ଆର୍ମି ତୈଳକ୍ଷେତ୍ର ୟୁନିଟ୍ ଏବଂ ରେଳ ଇଞ୍ଜିନିୟର ରେଜିମେଂଟରେ କାର୍ଯ୍ୟରତ ଥିଲେ । ତେବେ ଏହି ଅବଧି ମଧ୍ୟରେ ସେମାନେ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ମହିଳା ଅଧିକାରୀ ମାନଙ୍କର ନିଯୁକ୍ତି ପରିସରକୁ ବଢାଇବା ଲାଗି ଏକ ବିଚାର ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ମଂଜୁର କରିଛନ୍ତି।...

ସେନାରେ ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ପୂର୍ବରୁ ଆହୁରି ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତବର୍ଷ ୫ ଜଣ ମହିଳା ସେନାଧିକାରୀଙ୍କୁ ଆର୍ଟିଲେରି ରେଜିମେଣ୍ଟରେ ସାମିଲ କରାଯିବା ସହିତ ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ କରାଯାଇଛି। ଚୀନ୍ ସୀମାନ୍ତ ଲଦାଖ ଅଞ୍ଚଳର ସମ୍ବେଦନଶୀଳ ଅଞ୍ଚଳରେ ଏକ ୟୁନିଟକୁ ପ୍ରଥମ ମହିଳା ସେନାଧିକାରୀ ଭାବେ କମାଣ୍ଡ କରୁଛନ୍ତି କର୍ଣ୍ଣେଲ ଗୀତା ରାଣା ।

ବିଶ୍ୱର ସର୍ବୋଚ୍ଚ ତଥା ହିମାବୃତ ସିଆଚେନରେ ମୁତୟନ ହୋଇଛନ୍ତି ପ୍ରଥମ ମହିଳା ସେନାଧିକାରୀ କ୍ୟାପଟେନ୍ ଶିବା ଚୌହାନ । ଭାରତୀୟ ସ୍ଥଳସେନା ପକ୍ଷରୁ ୨୭ ଜଣ ମହିଳା ଶାନ୍ତିବାହୀନଙ୍କୁ ସୁଦାନର ବିବାଦୀୟ ଆବ୍ୟେଇରେ ମୁତୟନ କରାଯାଇଛି । ଅଗ୍ନିବୀର ଭାବେ ମଧ୍ୟ ସେନାରେ ମହିଳାଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।...

Defence Minister Rajnath Singh LoC Pakistan Defence Minister Rajnath Singh
Advertisment
Advertisment