Advertisment

୩୧ ବର୍ଷ ସଜା କାଟିବା ପରେ ଜେଲ୍‌ରୁ ମୁକୁଳିଲେ ରାଜୀବ ହତ୍ୟାକାରୀ

ସମସ୍ତ ବିଧି ନିୟମକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି

Rajiv Gandhi assassination case

Rajiv Gandhi assassination case

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାର ଦିନକ ପରେ ଆଜି ନଳିନୀ ଶ୍ରୀହରନଙ୍କ ସମେତ ୫ଜଣ ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଜେଲରେ ସଜା କାଟିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଏମାନେ। ନଳିନୀ ସମେତ ତାଙ୍କ ସ୍ବାମୀ ମୁରୁଗାନ, ସାନ୍ଥନ, ରବର୍ଟ ପାୟସ, ଆରପି ରବିଚନ୍ଦ୍ରନ ଆଜି ଜେଲ୍‌ରୁ ବାହାରିଛନ୍ତି।

Advertisment

ତେବେ ମୁରୁଗାନ ଏବଂ ସାନ୍ଥନ ଶ୍ରୀଲଙ୍କା ନାଗରିକ ହୋଇଥିବାରୁ ଜେଲରୁ ବାହାରିବା ପରେ ଶରଣାର୍ଥୀ ଶିବିରକୁ ଗଲେ। ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିଲେ। ଆଜି ସେ ଭେଲୋର ଜେଲକୁ ଯାଇଥିଲେ। ସେଠାରେ ସମସ୍ତ ବିଧି ନିୟମକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ପାରୋଲ ସର୍ତ୍ତ ଅନୁସାରେ ସେ ଆଜି ପ୍ରଥମେ ସକାଳେ ସ୍ଥାନୀୟ ପୁଲିସ ଷ୍ଟେସନ ଯାଇଥିଲେ।

ନଳିନୀ ସମେତ ରବିଚନ୍ଦ୍ରନ ମଧ୍ୟ ଗତ ଡିସେମ୍ବର ୨୭ରେ ପାରୋଲରେ ଯାଇଥିଲେ। ଗତ ମେ ମାସରେ ରାଜୀବ ଗାନ୍ଧିଙ୍କ ସପ୍ତମ ଦୋଷୀ ପେରାରୀ ବଲନଙ୍କୁ କୋର୍ଟ ନିଜର ଅତିରିକ୍ତ କ୍ଷମତା ପ୍ରୟୋଗ କରି ସଜାରୁ ମୁକ୍ତ କରଥିଲେ। ଅନ୍ୟ ଦୋଷୀଙ୍କ ଲାଗି ସମାନ ନିୟମ ଲାଗୁ କରାଯାଇଥିଲା। ସେହି ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟ ନଳିନୀଙ୍କ ସମେତ ଅନ୍ୟ ୬ ଜଣଙ୍କୁ ମୁକ୍ତ କରିଥିଲେ।

Advertisment
Rajiv Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ