ଇନ୍‌ଷ୍ଟାଗ୍ରାମ୍ ରିଲ୍‌ସ ନିଶା, ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି...

ଏଥିରେ ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଳେ, ଯଶବନ୍ତ ନାଗର । ସେ ଝଲାୱର ଜିଲ୍ଲା ମନୋହର ଥାନା ଅଞ୍ଚଳର ବାସିନ୍ଦା । କୋଟରେ ହ୍ୟୁମାନିଟିଜ୍‌ରେ ସେ ବ୍ୟାଚଲର ଡିଗ୍ରୀ ପାଠ ପଢ଼ୁଛନ୍ତି ।

Instagram Reels

ରିଲ୍‌ କରୁ କରୁ ଚାଲିଗଲା ଜୀବନ । ଖେଳ ହେଲା କାଳ । ଏକ ଦେଶୀ ବନ୍ଧୁକ ଧରି ରିଲ୍ କରୁଥିଲେ ୨୨ ବର୍ଷୀୟ ଜଣେ ଯୁବକ । ହଠାତ୍‌ ଫୁଟିଗଲା ବନ୍ଧୁକ.. ଆଉ ଚାଲିଗଲା ମୂଲ୍ୟବାନ ଜୀବନ । ଆଜ୍ଞା ହଁ, ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କୁ ଘାରିଛି ରିଲ୍‌ ନିଶା । ସୋସିଆଲ ମିଡିଆରେ ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି, ଯୁବପିଢ଼ି ଦେଖାଉଛନ୍ତି ନିଜ କ୍ରିଏଟିଭିଟି । ଆଉ ସେଇଥିରୁ ହିଁ ହେଉଛନ୍ତି ପପୁଲାର ।

ନୂଆ କିଛି କରି ଦେଖାଇବାର ନିଶା ଏବେ ଅଧିକାଂଶ ଯୁବ ପିଢ଼ିଙ୍କ ଭିତରେ । ସେଥିପାଇଁ ସେମାନେ କିଛି ବି କରିବାକୁ ପଛାଉ ନାହାନ୍ତି । ଦୁସାଧ୍ୟ ତଥା କଷ୍ଟସାଧ୍ୟ କାମ ବି କରିବାକୁ ମନରେ ଡର ଭୟ ରଖୁନାହାନ୍ତି । ଯାହାଫଳରେ ଘଟିଯାଉଛି ଅଘଟଣ । ଅକାରଣେ ଯାଉଛି ଜୀବନ ।

ଠିକ୍ ଏମିତି କିଛି ଘଟଣା ଆଜି ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ । ରାଜସ୍ଥାନ କୋଟାର ମହାବୀର ନଗର ଅଞ୍ଚଳରେ ବୁଧବାର ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଛି । ଏଥିରେ ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଳେ, ଯଶବନ୍ତ ନାଗର । ସେ ଝଲାୱର ଜିଲ୍ଲା ମନୋହର ଥାନା ଅଞ୍ଚଳର ବାସିନ୍ଦା । କୋଟାରେ ହ୍ୟୁମାନିଟିଜ୍‌ରେ ସେ ବ୍ୟାଚଲର ଡିଗ୍ରୀ ପାଠ ପଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ: ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବାନୁସାରେ ଯଶବନ୍ତ ଏବଂ ତାଙ୍କର ଜଣେ ବନ୍ଧୁ ରିଲ୍‌ସ କରୁଥିଲେ । ଏହି ସମୟରେ ଭୁଲ ବଶତଃ ବା ଅସାବଧାନତା ବଶତଃ ବନ୍ଧୁକର ଟ୍ରିଗର ଚିପି ହୋଇଯାଇଥିଲା, ଫଳରେ ଗୁଳି ଯାଇ ଯଶବନ୍ତଙ୍କ ଛାତିରେ ବାଜିଥିଲା । ତୁରନ୍ତ ତାଙ୍କୁ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏଇ ଘଟଣାରେ ସ୍ଥାନୀୟ DSPଙ୍କ କହିବା କଥା, ଏହାର ତଦନ୍ତ ଚାଲିଛି । ପିଲାମାନେ ବନ୍ଧୁକ କେଉଁଠୁ ପାଇଲେ ସେଦିଗରେ ମଧ୍ୟ ତଦନ୍ତ କରାଯିବା ସହ, ବନ୍ଧୁକ କାହା ହାତରେ ଥିବା ବେଳେ ଫୁଟିଥିଲା ଏବଂ କେଉଁ ପରିସ୍ଥିତିରେ ଫୁଟିଥିଳା ସେନେଇ ମଧ୍ୟ ପଚରାଉଚରା କରାଯାଉଛି ।

ତେବେ ପୂର୍ବରୁ ମଧ୍ୟ ଏମିତି ଘଟଣା କୋଟାରେ ଘଟିଛି । ସେଥିପାଇଁ ଅଧିକ ସନ୍ଦେହ ସୃଷ୍ଟି ହେଉଛି । କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଚିନ୍ତା ବଢ଼ିଛି । ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ସବୁବେଳେ ଲୁଚି ଯାଉଛି । ଯହାଫଳରେ ଏମିତି ଘଟଣା ଅଧିକ ସନ୍ଦେହ ସୃଷ୍ଟି କରୁଛି ।