• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପକ୍ଷୀଙ୍କ ପାଇଁ ବହୁତଳ ଆପାର୍ଟମେଣ୍ଟ । ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଆକର୍ଷଣୀୟ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି, ଯେଉଁଠାରେ କେବଳ ପକ୍ଷୀମାନେ ରହିପାରିବେ । ଛଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଛୋଟ ଛୋଟ ଫ୍ଲାଟ ନିର୍ମାଣ କରାଯାଇଛି । ପ୍ରତ୍ୟେକ ଫ୍ଲାଟରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଉପଲବ୍ଧ ରହିଛି । ପକ୍ଷୀମାନେ ଦିନସାରା ବୁଲି ବୁଲି ହାଲିଆ ହେବା ପରେ ସନ୍ଧ୍ୟାରେ ଏହି ଫ୍ଲାଟଗୁଡ଼ିକୁ ବିଶ୍ରାମ ନେବାକୁ ଆସନ୍ତି । କେତେକ ପକ୍ଷୀ ଏଠାରେ ଅଣ୍ଡା ମଧ୍ୟ ଦେଇଛନ୍ତି । ତେବେ ପକ୍ଷୀଙ୍କ ଯତ୍ନ ନେବା ପାଇଁ ତିନିଜଣଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।

ଜନସଂଖ୍ୟା ବୃଦ୍ଧି ହେତୁ ବର୍ତ୍ତମାନ ସମୟରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ତଥା ତିଆରି କରାଯାଉଛି । ଲକ୍ଷ ଲକ୍ଷ ଲୋକ ଆପାର୍ଟମେଣ୍ଟରେ ରହୁଛନ୍ତି । ତେବେ ବର୍ତ୍ତମାନ କେବଳ ମଣିଷମାନଙ୍କ ପାଇଁ ନୁହେଁ, ପକ୍ଷୀମାନଙ୍କ ପାଇଁ ମଧ୍ୟ କୋଠା ନିର୍ମାଣ କରାଯାଉଛି । ଜୟପୁରରେ ତିଆରି ହୋଇଥିବା ଏହି ଆପାର୍ଟମେଣ୍ଟର ନାମ ପକ୍ଷୀ ତୀର୍ଥ ରଖାଯାଇଥିବା ବେଳେ ଉଚ୍ଚତା ରହିଛି ୮୦ ଫୁଟ । ଏଥିରେ ୧୩୦୦ ଫ୍ଲାଟ ନିର୍ମାଣ କରାଯାଇଛି । ଯେଉଁଥିରେ ଗୋଟିଏରୁ ଦୁଇଟି ପକ୍ଷୀ ବାସ କରିପାରିବେ । ପିଞ୍ଜାରା ପୋଲ୍‌ ଗୋଶାଳା ପକ୍ଷରୁ ଏହି ପକ୍ଷୀ ଘର ନିର୍ମାଣ ହୋଇଛି । 

ପକ୍ଷୀଙ୍କ ପାଇଁ ନିୟୋଜିତ କର୍ମଚାରୀମାନେ ସକାଳେ ଏବଂ ସନ୍ଧ୍ୟାରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଏବଂ ଜଳର ବ୍ୟବସ୍ଥା କରନ୍ତି । ପ୍ରାୟ ଦୁଇମାସ ପୂର୍ବେ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । ସାଧାରଣ ଆପାର୍ଟମେଣ୍ଟ ପରି ଏହି ଆପାର୍ଟମେଣ୍ଟର ନିର୍ମାଣ ଇଟା, ସିମେଣ୍ଟ ଇତ୍ୟାଦିର ବ୍ୟବହାର ହୋଇଛି ।