Advertisment

Asaram Bapu: ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲା: ଜେଲ୍‌ରୁ ବାହାରିବେ ଆଶାରାମ ବାପୁ !

ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ତେବେ ଆତ୍ମଘୋଷିତ ବାବା ଆଶାରାମ ବାପୁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୧୩ରୁ ଜେଲ୍‌ରେ ଥିବା ୮୬ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ରାଜସ୍ଥାନ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଅଦ୍ୟତନ ହୋଇଛି
 interim bail to Asaram Bapu in 2013 rape case

interim bail to Asaram Bapu in 2013 rape case

Advertisment

ଜେଲ୍‌ରୁ ବାହାରିବେ ଆଶାରାମ ବାପୁ। ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ତେବେ ଆତ୍ମଘୋଷିତ ବାବା ଆଶାରାମ ବାପୁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୧୩ରୁ ଜେଲ୍‌ରେ ଥିବା ୮୬ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ରାଜସ୍ଥାନ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଅନ୍ୟ ଏକ ବଳାତ୍କାର ମାମଲାରେ ଚିକିତ୍ସା ଆଧାରରେ ତାଙ୍କୁ ପ୍ରଥମ ଥର ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିବାର ଗୋଟିଏ ସପ୍ତାହ ପରେ ଏହି ରାୟ ଶୁଣାଇଛନ୍ତି ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ । 

Advertisment

ରାଜସ୍ଥାନ ହାଇକୋର୍ଟର ବିଚାରପତି ଦିନେଶ ମେହେଟ୍ଟା ଏବଂ ବିନୀତ କୁମାର ମାଥୁରଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ (bench of justice) ଚିକିତ୍ସା ଆଧାରରେ ଦଣ୍ଡାଦେଶର ଅସ୍ଥାୟୀ ସ୍ଥଗିତ (SOS) ପାଇଁ ଅନୁମତି ଦେଇଥିବା ନେଇ  ଆଶାରାମଙ୍କ ଓକିଲ ପ୍ରକାଶ କରିଛନ୍ତି । ଦୀର୍ଘ ୧୨ ବର୍ଷ ପୂର୍ବେ ୨୦୧୩ ମସିହାରେ ଗିରଫ ହୋଇଥିବା ଆଶାରାମ ପ୍ରଥମ ଥର ପାଇଁ ଜେଲ୍‌ରୁ ଜାମିନରେ ବାହାରିବେ । ଆଶାରାମଙ୍କ ଓକିଲ ନିଶାନ୍ତ ବୋରାଙ୍କ କହିବା ଅନୁସାରେ ନିୟମିତ (SOS) ଆବେଦନ ଦାଖଲ କରାଯାଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ ଏକ ଅସ୍ଥାୟୀ (SOS) ପ୍ରଦାନ କରିଥିଲେ । 

ଅଧିକ ପଢ଼ନ୍ତୁ: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

ଓକିଲଙ୍କ ଯୁକ୍ତି ଅନୁସାରେ ''୮୬ ବର୍ଷୀୟ ଆଶାରାମ ଅନେକ ରୋଗରେ ପୀଡିତ ଅଛନ୍ତି ଏବଂ ତାଙ୍କୁ  ଅନେକ ଥର ଚିକିତ୍ସା ପାଇଁ ପାରୋଲ ଦିଆଯାଇଛି। ପୂର୍ବରୁ ସୁପ୍ରିମ କୋର୍ଟ କେବଳ ତାଙ୍କ ବୟସ ଏବଂ ଅସୁସ୍ଥତା ଆଧାରରେ ଜାମିନ୍‌ ପ୍ରଦାନ କରିଛନ୍ତି, ଯାହା ନିର୍ବିବାଦୀୟ । ତେବେ  ଉଚ୍ଚ ନ୍ୟାୟାଳୟରୁ ସମାନ ନିର୍ଦ୍ଦେଶ ନପାଇଲେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପ୍ରଭାବହୀନ ହୋଇଯିବ । ତେବେ ଏହି ଯୁକ୍ତିରେ କୋର୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମାନ ସର୍ତ୍ତାବଳୀ ଅନୁଯାୟୀ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୨୦୧୩ ମସିହାରେ ଆଶାରାମ ବାପୁ ନିଜ ଆଶ୍ରମର ୧୬ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ ହେବାପରେ ତାଙ୍କ ବିରୁଦ୍ଧରେ ୨୦୧୩ ମସିହା ନଭେମ୍ବର ୬ ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ  ପ୍ରାୟ ପାଞ୍ଚ ବର୍ଷ ଧରି ବିଚାର ଚାଲିବା ପରେ, ପୋସ୍କୋ (POCSO) ଆଇନ ଅନୁସାରେ କୋର୍ଟ ତାଙ୍କୁ ୨୦୧୮ ମସିହା ଏପ୍ରିଲ ୨୫  ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ଆଇପିସି (IPC) ଧାରା ୩୭୦(୪),୩୪୨,୩୫୪-A, ୩୭୬(୨)(f), ୩୭୬-D,୫୦୬,୫୦୯/୩୪ ଏବଂ ୧୨୦-B ଏବଂ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ୨୦୦୦ର ଧାରା ୨୩ ଏବଂ ୨୬ ପୋସ୍କୋ (POCSO) ଆଇନର ଧାରା ୫(f)/୬, ୫(g)/୬, ଏବଂ ୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 

Advertisment

ଅନ୍ୟ ଏକ ବଳାତ୍କାର ମାମଲାରେ  ଜାନୁଆରୀ ମାସ ୨୦୨୩ ମସିହାରେ ଗାନ୍ଧିନଗର ସେସନ୍ସ କୋର୍ଟ ଆଶାରାମଙ୍କୁ ଆଜୀବନ କାରା ଦଣ୍ଡରେ ଦଣ୍ଡିତ କରିବା ସହ ପୀଡିତାଙ୍କୁ କ୍ଷତିପୂରଣ ଭାବରେ ପ୍ରଦାନ ପାଇଁ ଆଶାରାମଙ୍କୁ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

Rajasthan High Court Asaram Bapu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ