Advertisment

ଦଳୀୟ ପଦରୁ ଇସ୍ତଫା ଅଫର କରିପାରନ୍ତି ସୋନିଆ ଗାନ୍ଧି

ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ୟୁପିରେ ନିର୍ବାଚନ ଲଢିଥିଲା କଂଗ୍ରେସ।

Sonia Gandhi and Rahul Gandhi

Sonia Gandhi and Rahul Gandhi

Advertisment

୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆସନ୍ତାକାଲି ବସୁଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ମିଳିଥିବା ସୂଚନା ଅନୁସାରେ, ବୈଠକରେ ଦଳୀୟ ପଦରୁ ଇସ୍ତଫା ଦେବା ପାଇଁ ଅଫର କରିପାରନ୍ତି ସୋନିଆ ଗାନ୍ଧି। ସୋନିଆଙ୍କ ସହ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ବି ଇସ୍ତଫା ଅଫର କରିପାରନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ବଡ ବିପର୍ଯ୍ୟୟ ପାଇଁ ତିନି ଜଣ ଯାକ ନିଜ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ଆସନ୍ତାକାଲି ଅପରାହ୍ଣ ୪ଟାରେ ସିଡବ୍ଲ୍ୟୁସି ବୈଠକ ବସିବ। ଏଥିରେ ଦଳର ନୂଆ ନେତୃତ୍ୱ ନିର୍ବାଚନ ନେଇ ବି ଆଲୋଚନା ହେବା ସମ୍ଭାବନା ରହିଛି। ଆସନ୍ତା ସେମ୍ବେରରେ କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ହେବାକୁ ସ୍ଥିର ହୋଇଛି। ତେବେ ୟୁପି, ପଂଜାବ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ଦଳର ବିଫଳତା ପାଇଁ ସମୟ ପୂର୍ବରୁ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏପରିକି ଏନେଇ ଆସନ୍ତାକାଲି ତାରିଖ ବି ଘୋଷଣା ହୋଇପାରେ।

ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ୟୁପିରେ ନିର୍ବାଚନ ଲଢିଥିଲା କଂଗ୍ରେସ। ଏଠାରେ ୪୦୩ ଆସନରୁ ଦଳକୁ ମାତ୍ର ୨ଟି ସିଟ୍ ମିଳିଛି। ଦଳର ଭୋଟ୍ ସେୟାର ହେଉଛି ମାତ୍ର ୨.୪ ପ୍ରତିଶତ। ସେପଟେ ହାତରୁ ଖସିଯାଇଛି ପଂଜାବ ଭଳି ବଡ ରାଜ୍ୟ। ସେହିପରି ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଦଳ ସରକାର ଗଢିବାକୁ ଆଶା ରଖିଥିବା ବେଳେ ବିଫଳ ହୋଇଛି।

Advertisment
Sonia Gandhi CWC Meet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ