Rahul Gandhi's PA And His Security Officer Also Taking Decision
CWC ବୈଠକ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିଛନ୍ତି। ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଗୁଲାମନବୀ ଇସ୍ତଫା ଦେଇଛନ୍ତି। ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ୫ ପୃଷ୍ଠାର ଇସ୍ତଫା ପତ୍ର ଗୁଲାମନବୀ ପଠାଇଛନ୍ତି। କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।
ଗୁଲାମନବୀ କହିଛନ୍ତି ଯେ, ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି। ରିମୋଟ୍ କଣ୍ଟ୍ରୋଲ ମଡେଲ ୟୁପିଏ ସରକାରର ସଂହତି ନଷ୍ଟ କରିଥିଲା। ଏବେ ସେହି ରିମୋଟ୍ କଣ୍ଟ୍ରୋଲ ମଡେଲ କଂଗ୍ରେସରେ ପ୍ରୟୋଗ ହେଉଛି।’
‘ସୋନିଆ କେବଳ ନାମକୁମାତ୍ର ଦଳ ମୁଖ୍ୟ, କିନ୍ତୁ ରାହୁଲ ସର୍ବେସର୍ବା। ପାର୍ଟିର ସବୁ ବଡ଼ ବଡ଼ ନିଷ୍ପତ୍ତି ରାହୁଲ ଗାନ୍ଧି ହିଁ ନେଉଛନ୍ତି। ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ପାର୍ଟି ସମ୍ପର୍କିତ ନିଷ୍ପତ୍ତି ନେଉଛନ୍ତି’ ବୋଲି ଗୁଲାମନବୀ ଆଜାଦ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା। ୨୦୧୩ ମସିହା ଜାନୁଆରୀରେ ରାହୁଲ କଂଗ୍ରେସ ଉପସଭାପତି ହେବା ପରେ ସେ ଦଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1661505274.jpg)