• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ । ସେ ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗୁଲାମ  ନିକଟରେ ଜାମ୍ମୁ-କାଶ୍ମୀର କ୍ୟାମ୍ପେନ୍ କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ ।

ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ୪ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି ଗୁଲାମ । ଇସ୍ତଫା ପତ୍ରରେ ସେ ନିଜ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସକୁ ତାଙ୍କ ସମୟରେ ଦେଇଥିବା ସେବା ବାବଦରେ ଉଲ୍ଲେଖ କରିଛନ୍ତି । ଏହା ସହ ଗୁଲାମ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଟେଟ କରିଛନ୍ତି । ଜାନୁଆରୀ ୨୦୧୩ରେ ରାହୁଲ କଂଗ୍ରେସ ଉପସଭାପତି ହେବା ପରେ ଦଳକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ରାହୁଲ ସରକାରୀ ଅଧ୍ୟାଦେଶକୁ ସର୍ବସାଧାରଣରେ ଚିରିବା ଘଟଣାକୁ ସବୁଠୁ ବଡ଼ ଅପରିପକ୍ୱତା ବୋଲି ଲେଖିଛନ୍ତି ଗୁଲାମ । ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାର ଆଗରେ ଥିଲେ ଗୁଲାମ । ପାଞ୍ଚଟି ରାଜ୍ୟରେ ନିକଟରେ ହୋଇଥିବା ର୍ନିବାଚନ ବିପର୍ଯ୍ୟୟ ପରେ ଦଳୀୟ ସଂଗଠନର ପୁନର୍ଗଠନ ବିଷୟରେ ଆଲୋଚନା କରିବା ପାଇଁ ଘନ ଘନ ବୈଠକ କରି ସେ ଚର୍ଚ୍ଚାରେ ଥିଲେ । ସୂଚନାଯୋଗ୍ୟଯେ, ଜି-୨୩ ପୂର୍ବରୁ କପିଲ ସିବଲ, ଆନନ୍ଦ ଶର୍ମା ଓ ଜୟବୀର ସର୍ଗିଲ ପ୍ରମୁଖ ପଦ ଛାଡିଥିଲେ ।