Advertisment

ଗୋଆରୁ ଫେରିବା ବେଳେ ଜ୍ୟାକ୍‌ ରସେଲ୍ ଟେରିଅର କୁକୁର କିଣିଛନ୍ତି ରାହୁଲ

କୁକୁର ଛୁଆଟି ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର ହୋଇଥିବା ବେଳେ ତାକୁ ମାତ୍ର ୩ ମାସ ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ରାହୁଲଙ୍କ କୁକୁର କିଣାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ରାହୁଲ ଦିନିକିଆ ଗସ୍ତରେ ଗୋଆଯାଇଥିବା ବେଳେ ଏକ ବିଦେଶୀ କୁକୁର ଆଣିଛନ୍ତି । ଖାଲି ସେତିକି ନୁହେଁ ସେହି କୁକୁର ସହ ମଧ୍ୟ ଏକ ଫଟୋ ଉଠାଇଛନ୍ତି । ସେହି ଫଟୋ ଏବେ ଖୁବ୍‌ ଭାଇରାଲ ହେଉଛି । ଆଉ କୁହାଯାଉଛି, ରାହୁଲ ଖୁବ୍‌ ପଶୁପ୍ରେମୀ । 

Advertisment

ଦଳୀୟ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଗୋଆ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କୁକୁର କିଣି ଆଣିବା ପରେ ବେଶ୍‌ ଖୁସିରେ ଦିଲ୍ଲୀ ବାହୁଡ଼ିଛନ୍ତି । କାରଣ ସେ ଏହି କୁକୁରକୁ ମନେ ମନେ କୁଆଡ଼େ ଖୋଜୁଥିଲେ । ରାହୁଲ ଗାନ୍ଧିଙ୍କୁ ସେହି ବ୍ରିଡ୍‌ର କୁକୁର କୁଆଡ଼େ ଭାରି ପସନ୍ଦ । କୁକୁର ଛୁଆଟି ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର ହୋଇଥିବା ବେଳେ ତାକୁ ମାତ୍ର ୩ ମାସ ବୋଲି ଜଣାଯାଇଛି।

ରାହୁଲ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ନର୍ଥ ଗୋଆରେ କୁକୁର ବ୍ୟବସାୟ କରୁଥିବା ଏକ ଦମ୍ପତିଙ୍କ ନିକଟକୁ ଯାଇଥିଲେ। ଶିବାନୀ ପିଟ୍ରେ ନାମ୍ନୀ ମହିଳା ନିଜ ସ୍ୱାମୀଙ୍କ ସହ ମିଶି ନର୍ଥ ଗୋଆର ମାପୁଶା ଟାଉନରେ କୁକୁର ବ୍ୟବସାୟ କରୁଛନ୍ତି । ସେ କହିଛନ୍ତି, ଆମ ଦୋକାନରୁ ରାହୁଲ ଗାନ୍ଧି ପୂର୍ବରୁ ଅର୍ଡର କରି ଏକ କୁକୁର ଛୁଆ ନେଇଥିବା ବେଳେ ତାହାକୁ ଫେରାଇ ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର କୁକୁର ବାଛି ନେଇଛନ୍ତି । 

Advertisment

ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର କୁକୁର ସମ୍ପର୍କରେ ଜାଣିବା ପାଇଁ ରାହୁଲ ଗାନ୍ଧି ପୂର୍ବରୁ ତାଙ୍କର ଜଣେ କର୍ମଚାରୀଙ୍କୁ ଆମ କେନ୍ଦ୍ରକୁ ପଠାଇଥିଲେ। ତାଙ୍କଠୁ ସବୁ ସୂଚନା ପାଇବା ପରେ ସେ ଏହି କୁକୁର ଛୁଆକୁ ବାଛିଥିଲେ ।

ରାହୁଲ ଗାନ୍ଧୀ ଜଣେ ପଶୁପ୍ରେମୀ ହୋଇଥିବା ବେଳେ ବହୁ ଶାନ୍ତଶିଷ୍ଟ ଓ ହସମିଜାଜ ସ୍ୱଭାବର ବୋଲି କହିଛନ୍ତି ଶିବାନୀ । ଏଥିସହ ରାହୁଲ ତାଙ୍କ କେନ୍ଦ୍ରକୁ ଆସିଥିବାରୁ ସେମାନେ ବହୁତ ଖୁସି ଥିବା ସେ କହିଛନ୍ତି । ଗୋଆ ଗସ୍ତ ଅବସରରେ ରାହୁଲ ଗାନ୍ଧି ସ୍ଥାନୀୟ କଂଗ୍ରେସ ବିଧାୟକଙ୍କୁ ଭେଟିବା ସହ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Advertisment
Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ