ଦିଲ୍ଲୀର କୁତବ ମିନାର ପରିସରରେ ଖନନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା- ଏଏସ୍ଆଇକୁ ଅନୁମତି ମିଳି ନାହିଁ । ଏନେଇ ସ୍ପଷ୍ଟ କରିଛ କେନ୍ଦ୍ର ସଂସ୍କୃତିମନ୍ତ୍ରୀ । କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି । ହାଇଦ୍ରାବାଦ ଗସ୍ତରେ ଥିବା କିଶାନ କହିଛନ୍ତି ଯେ, ମନ୍ତ୍ରାଳୟ ପକ୍ଷରୁ ଏପରି କିଛି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ।
Also Read
କୁତବ ମିନାର ପରିସରରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିବା ପରେ ଓ ଏହା ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ବୋଲି ଦାବି ହୋଇ ଆସୁଛି । କୁତବ ଅଲଦିନ୍ ଏବାକ ନୁହନ୍ତି, ବରଂ ସୂର୍ଯ୍ୟଙ୍କ ଗତିବିଧି ଜାଣିବା ଲାଗି ରାଜା ବିକ୍ରମାଦିତ୍ୟ ସେତେବେଳେ ଏହାକୁ ନିର୍ମାଣ କରିଥିଲେ ବୋଲି ଏଏସ୍ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ସିଂହ କହିଥିଲେ । ଏହାପରେ କୁତବ ମିନାରକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ବିଚାରକୁ ନେଇ ସଂସ୍କୃତି ମନ୍ତ୍ରାଳୟ କୁତବ ମିନାର ପରିସର ଖନନ ପାଇଁ ସଂସ୍କୃତି ବିଭାଗ, ଏଏସ୍ଆଇକୁ ଅନୁମତି ଦେଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।