Advertisment

ଆଉ ଜଣେ କୁମ୍ଭକର୍ଣ୍ଣ ଯିଏ ବର୍ଷରେ ଶୁଅନ୍ତି ୩୦୦ ଦିନ

ସେ ଆଉ ଜଣେ କୁମ୍ଭକର୍ଣ୍ଣ। ବର୍ଷର ୩୦୦ ଦିନ ଶୋଇ ରୁହନ୍ତି। ତାଙ୍କର ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ନିଦ୍ରିତ ଅବସ୍ଥାରେ ହିଁ ହୋଇଥାଏ।

ଆଉ ଜଣେ କୁମ୍ଭକର୍ଣ୍ଣ ଯିଏ ବର୍ଷରେ ଶୁଅନ୍ତି ୩୦୦ ଦିନ

man sleeps 300 days in a year

Advertisment

ନାଗୌର: ରାମାୟଣର ଏକ ବିଚିତ୍ର ଚରିତ୍ର କୁମ୍ଭକର୍ଣ୍ଣ । ବର୍ଷରେ ୬ ମାସ ଶୁଏ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ଅବିଶ୍ୱାସ ବି । ଏତେ ଦିନ ଜଣେ ସତରେ ଶୋଇପାରେ କି ବୋଲି ମନରେ ପ୍ରଶ୍ନ ଆସେ। କିନ୍ତୁ ଆଜିର ଏଇ କୁମ୍ଭକର୍ଣ୍ଣକୁ ଦେଖିବା ପରେ ଆଉ ଆଶ୍ଚର୍ଯ୍ୟ ବା ଅବିଶ୍ୱାସ ଲାଗିବନି। ପଶ୍ଚିମ ରାଜସ୍ଥାନ ନାଗୌର ଜିଲ୍ଲାର ଏଇ ବ୍ୟକ୍ତି ଜଣକ ବର୍ଷର ୩୦୦ ଦିନ ଶୋଇ ରୁହନ୍ତି। ତାଙ୍କର ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ନିଦ୍ରିତ ଅବସ୍ଥାରେ ହିଁ ହୋଇଥାଏ। ୪୨ ବର୍ଷର ଏଇ ବ୍ୟକ୍ତିଙ୍କ ନାମ ପୁରଖା ରାମ। ପୁରଖା ରାମ ଏକ ଅଜବ ରୋଗର ଶିକାର ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ରୋଗ ଏକ୍ସିସ ହାଇପରସୋମ୍ନିଆ। ଏହି ରୋଗ ବହୁତ କମ୍‌ ଲୋକଙ୍କୁ ହୋଇଥାଏ। ଏହା ଏକ ମନସ୍ତାତ୍ତ୍ୱିକ ରୋଗ। ପୁରଖା ରାମ ଥରେ ଶୋଇଲେ, ୨୫ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ।

Advertisment

ପୁରଖା ରାମ ଯେତେବେଳେ ୨୩ ବର୍ଷର ହୋଇଥିଲେ ସେତେବେଳେ ଏହି ରୋଗର ଶିକାର ହେଲେ। ତାଙ୍କର ଏପରି ଶୋଇବା ଦେଖି ଗାଁ ଲୋକେ ତାଙ୍କୁ ଗ୍ରାମୀଣ କୁମ୍ଭକର୍ଣ୍ଣ ବୋଲି କହନ୍ତି। ନାଗୌର ଜିଲ୍ଲାର ପରବତସର ଉପଖଣ୍ଡରେ ଭାଦବା ଗାଁର ପୁରଖା ରାମ। ଏକ ଦୋକାନ କରି ଗୁଜରାଣ ମେଣ୍ଟଉଥିଲେ । ହେଲେ ଏହି ମାନସିକ ରୋଗୀରେ ପୀଡିତ ହେବା ପରେ ଦୋକାନ ଖୋଲିବା ଆଉ ତାଙ୍କ ପାଖେ ସମ୍ଭବ ହେଉନାହିଁ। ମାସରେ କଷ୍ଟେମଷ୍ଟେ ୫ ଦିନ ଖୋଲନ୍ତି। କାରଣ ସେ ଥରେ ଶୋଇଲେ ୨୫ ଦିନ ଯାଏ ଉଠି ପାରନ୍ତି ନାହିଁ। ପ୍ରଥମେ ଯେତେବେଳେ ଏହି ରୋଗର ଶିକାର ହେଲେ ପୁରଖାରାମ, ସେତେବେଳେ ୫ରୁ ୭ ଦିନ ଯାଏ ଶୋଉଥିଲେ। ତାଙ୍କୁ ଉଠାଇବାକୁ ବହୁ କଷ୍ଟ କରିବାକୁ ପଡ଼ୁଥିଲା। ହେଲେ ପରେ ପରେ ସମସ୍ୟା ଆହୁରି ବଢିଗଲା। ବିଶେଷକରି ୨୦୧୫ର ତାଙ୍କର ରୋଗ ବଢିଗଲା।
ପୁରଖା ରାମଙ୍କ ଏପରି ଅବସ୍ଥା ଦେଖି ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଲେ। ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲେ। ହେଲେ ଡାକ୍ତର ରୋଗ ଚିହ୍ନ ପାରିଲେ ନାହିଁ। କ୍ରମେ ଶୋଇବା ସମୟ ବଢି ବଢି ଚାଲିଲା। ଏବେ ଥରେ ଶୋଇଲେ ୨୫ ଦିନ ପରେ ଉଠୁଛନ୍ତି । ଏପରିକି ନିଜେ ପୁରଖାରାମ କହନ୍ତି, ଚିକିତ୍ସା କରି କରି ଥକି ଗଲିଣି। ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ପୁରଖା ରାମ ୧୨ ଦିନ ପରେ ଆଖି ଖୋଲିଲେ। ପତ୍ନୀ ଲିଛମୀ ଦେବୀ ବହୁ କଷ୍ଟରେ ତାଙ୍କୁ ନିଦରୁ ଉଠାଇଥିଲେ। ନିଦ ଭାଙ୍ଗିବା ସାଙ୍ଗେ ସାଙ୍ଗ ସେ ଦୋକାନ ଖୋଲିବାକୁ ଗଲେ। ପୁରଖା ରାମ ବି କହନ୍ତି, ମୋର ଅନ୍ୟ କିଛି ଶାରୀରିକ ସମସ୍ୟା ନାହିଁ। କେବଳ ନିଦ ମୋତେ ବହୁତ କଷ୍ଟ ଦେଲାଣି। ସେ ବି ଉଠିବାକୁ ଚାହୁଁଛନ୍ତି। ହେଲେ ଶରୀର ତାଙ୍କୁ ସାଥ ଦେଉ ନାହିଁ। ୨୦୧୫ ପୂର୍ବରୁ ୧୮ ଘଣ୍ଟା ଲେଖାଏ ଶୋଉଥିଲେ, ହେଲେ ଧୀରେ ଧୀରେ ସମୟ ସୀମା ବଢିବାରେ ଲାଗିଛି। ତେବେ ଭୋକରେ ଥିବା ଯାଏ ତାଙ୍କୁ ନିଦ ଆସି ନ ଥାଏ ବୋଲି କହନ୍ତି ପୁରଖାରାମ। ଯାହା ବି ହେଉ, ଚକିତ୍ସା କରି ଥକି ପଡ଼ିବା ପରେ ଏବେ ସେ ଭଗବାନଙ୍କ ଉପରେ ସବୁକିଛି ଛାଡ଼ି ଦେଇଛନ୍ତି।
ପୁରଖାରାମ କହନ୍ତି, ଏହି ରୋଗ ଆସିଲେ ସେ ପୂର୍ବରୁ ଆଭାସ ପାଇ ଯାଆନ୍ତି। ପଥମେ ତାଙ୍କର ମୁଣ୍ଡ ବିନ୍ଧା ହୁଏ। ଶୋଇବା ପରେ ଉଠିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ। ପରିବାର ଲୋକେ ତାଙ୍କୁ ନିଦରେ ହିଁ ଖାଇବାକୁ ଦିଅନ୍ତି। ଏହି ରୋଗର କୌଣସି ଚିକିତ୍ସା ନାହିଁ । ତଥାପି ତାଙ୍କର ମା’ ଓ ପତ୍ନୀ ବିଶ୍ୱାସ ରଖିଛନ୍ତି, ପୁରଖା ରାମ ଶୀଘ୍ର ଠିକ୍‌ ହୋଇଯିବେ ଏବଂ ପୂର୍ବପରି ସବୁକିଛି ଠିକ ଠାକ୍‌ କରିବେ।
ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ରୋଗ ବହୁତ କମ ଲୋକଙ୍କୁ ହୋଇଥାଏ। ଯଦି କୌଣସି ପୁରୁଣା ଟ୍ୟୁମର ବା ମୁଣ୍ଡରେ ଆଘାତ ଥିବା ତେବେ ଏହି ରୋଗ ହୋଇପାରେ।

Advertisment
India News Rajasthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ