Chandrayaan 3
ସ୍ପେସ୍ ସାଇନ୍ସକୁ ଚନ୍ଦ୍ରାୟନ-୩ ଏକ ନୂତନ ଦିଗ ଦେବ। ଚନ୍ଦ୍ରୟାନ-୩କୁ ନେଇ ଏହା କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ, ଜଳ ଅଛି କି ନାହିଁ, କେଉଁ ମାନର ଜଳ ରହିଛି ସେସବୁ ଜଣାପଡ଼ିବ ।
ତେବେ ଚନ୍ଦ୍ରପୃଷ୍ଠରେ ଦିବ୍ୟ ଶକ୍ତି ରହିଛି, ବହୁତ ଥଣ୍ଡା ହୋଇଥିବାରୁ ମନୁଷ୍ୟ ରହିବା ସମ୍ଭବପର ନୁହେଁ । ତଥାପି ଚନ୍ଦ୍ରୟାନ-୩ ଦ୍ୱାରା ବିଶ୍ୱକୁ ନୂତନ ଜ୍ଞାନ କୌଶଳ ମିଳିବ ବୋଲି ମତ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।
ସେପଟେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର କିଭଳି ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବ, ସେନେଇ ଆଜି ଦିନ ତମାମ୍ ସାରା ଦେଶରେ ଦେଖାଦେଇଥିଲା ଉତ୍କଣ୍ଠା । ସବୁ ଧର୍ମ, ସବୁ ବର୍ଗର ଲୋକ ସବୁଆଡେ ପ୍ରାର୍ଥନା କରିଥିଲେ କିପରି ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବ । ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ସବୁଆଡ଼େ ପ୍ରାର୍ଥନା କରିଥିଲେ ବିଭିନ୍ନ ଧର୍ମାବଲମ୍ବୀ ।
ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିରରେ ଦୀପ ଜଳା ଯାଇଥିଲା। କେଦାରନାଥ ମନ୍ଦିରରେ ମହାଭିଷେକ କରାଯାଇଥିଲା। ଆଉ ଶ୍ରୀନଗରର ମସଜିଦରେ ସମୂହ ନମାଜ କରାଯାଇଥିଲା। କେବଳ ଆମ ଦେଶ କାହିଁକି ଆମେରିକାର ବିଭିନ୍ନ ସ୍ଥାନରେ ମଧ୍ୟ ପୂଜା ପାଠ କରାଯାଇଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692803379.jpg)