ଶିକ୍ଷାରେ ପିଏଚ୍‌ଡିଧାରୀ, ବର୍ତ୍ତମାନ ପରିବା ବିକାଳୀ

ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ ।

Crisis

ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ । ଏପରି ଜଣେ ବ୍ୟକ୍ତି, ଯିଏ ଏକାଧିକ ଡିଗ୍ରି ହାସଲ କରି ମଧ୍ୟ ପରିବା ବିକ୍ରି କରୁଛନ୍ତି । ପଞ୍ଜାବର ସନ୍ଦୀପ ସିଂହ । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ତ୍ତମାନ ସେ ପରିବା ବିକ୍ରି କରୁଛନ୍ତି । ସମୟ କେତେ ବେଳେ ଯେ କଣ କରାଇବ ତାହା କିଏ ଜାଣେ । ପ୍ରଫେସର ଥିବା ଲୋକ ଯେ ପରିବା ବିକ୍ରି କରିବ, ତାହା କେହି ମଧ୍ୟ ଭାବି ନଥିବେ ।

ପଟିଆଲା ବିଶ୍ୱ ବିଦ୍ୟାଳୟରେ ସେ ଗତ ୧୧ ବର୍ଷ ଧରି ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଥିଲେ । ସେ ଆଇନରେ ପିଏଚଡି କରିବା ସହ ପଞ୍ଜାବୀ ଭାଷା, ସାମ୍ବାଦିକତା ଏବଂ ରାଜନୈତିକ ବିଜ୍ଞାନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ତେବେ ଏତେ ସବୁ ପରେ ମଧ୍ୟ ବର୍ତ୍ତମାନ ଯାଏଁ ସେ ଅଧ୍ୟୟନ ଜାରି ରଖିଛନ୍ତି ।

ପ୍ରଥମେ କରୋନା ଓ ପରେ ପରେ ଦରମା କାଟ ସହ ଠିକ ସମୟରେ ପ୍ରାପ୍ୟ ନପାଇବାରୁ ସେ ବର୍ତ୍ତମାନ ପରିବା ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି । ଉଚିତ ସମୟରେ ବେତନ ନମିଳିବାରୁ ସେ ଚାକିରୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି । ପରିବାର ପ୍ରତିପୋଷଣ କରିବା ପାଇଁ ସେ ପରିବା ବିକ୍ରିକୁ ସେ ପେଷା ଭାବେ ଆଦରି ନେଇଛନ୍ତି ।

ସମୟ କେତେ ବେଳେ ଯେ, କେଉଁ ମୋଡ଼ ନେବ, ତାହା କିଏ କହିବ । ଠିକ୍ ଏପରି କିଛି ସନ୍ଦୀପଙ୍କ କ୍ଷେତ୍ରରେ ଘଟିଛି । ଫଳରେ ତାଙ୍କୁ ପରିବା ବିକି ପେଟ ପୋଷିବାକୁ ପଡ଼ିଛି । ନିଜର ଏକ ଟ୍ରଲି ସହ ସେ ନିତି ପରିବା ବିକିବାକୁ ବାହାରି ଯାଆନ୍ତି । ଟ୍ରଲିରେ ସେ ପିଏଚଡି ସବଜି ୱାଲା ନାମରେ ଏକ ବୋର୍ଡ ମଧ୍ୟ ଲଗାଇ ଦେଇଛନ୍ତି । ପ୍ରତିଦିନ ଘରକୁ ଘର ବୁଲି ସେ ପରିବା ବିକ୍ରି କରନ୍ତି । ପ୍ରଫେସର ଭାବେ ଯେତିକି କମାଉଥିଲେ ତା’ଠାରୁ ଅଧିର ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ସେ ଟଙ୍କା ସଞ୍ଚୟ କରି ନିଜର ଏକ ଅନୁଷ୍ଠାନ ଖୋଲିବାକୁ ଇଚ୍ଛା ରଖିଛନ୍ତି ।