Advertisment

Kishtwar cloudburst:ଦେବୀ ଦର୍ଶନ ପାଇଁ ଯାଇ ଆଉ ଫେରିଲେନି, ବାଦଲଫଟା ବର୍ଷାରେ ହଜିଗଲେ ସ୍ତ୍ରୀ ଆଉ ଶାଶୁ

ରାକ୍ଷୀ ପାଇଁ ଘରକୁ ଆସିଥିଲେ। ଭାଇ ହାତରେ ରାକ୍ଷୀ ବାନ୍ଧି ବେଶ ଖୁସିରେ ଥିଲେ। ଆଉ କିଛି ଦିନ ପରେ ଘରକୁ ଫେରିଥାନ୍ତେ। ଆଉ ସ୍ତ୍ରୀର ଫେରିବା ବାଟକୁ ଅନାଇ ବସିଥିଲେ ସ୍ୱାମୀ। ଦିନ ଗଡିଗଲା କିନ୍ତୁ ସେ ଆସିଲେନି। ଖବର ଆସିଲା ସେ ନିଖୋଜ। ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ସମସ୍ତେ ଫେରିଲେ ହେଲେ ସ୍ତ୍ରୀ ଆଉ ଶାଶୁ ଫେରିଲେନି।

cloudbrust

cloudbrust

Advertisment

ରାକ୍ଷୀ ପାଇଁ ଘରକୁ ଆସିଥିଲେ। ଭାଇ ହାତରେ ରାକ୍ଷୀ ବାନ୍ଧି ବେଶ ଖୁସିରେ ଥିଲେ। ଆଉ କିଛି ଦିନ ପରେ ଘରକୁ ଫେରିଥାନ୍ତେ। ଆଉ ସ୍ତ୍ରୀର ଫେରିବା ବାଟକୁ ଅନାଇ ବସିଥିଲେ ସ୍ୱାମୀ। ଦିନ ଗଡିଗଲା କିନ୍ତୁ ସେ ଆସିଲେନି। ଖବର ଆସିଲା ସେ ନିଖୋଜ। ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ସମସ୍ତେ ଫେରିଲେ ହେଲେ ସ୍ତ୍ରୀ ଆଉ ଶାଶୁ ଫେରିଲେନି। ଫାଟିଲା ବାଦଲ ଆଉ ଉଜାଡି ଦେଲା ସଂସାର। କୁଆଡେ ଗଲେ ସ୍ତ୍ରୀ ଶାଶୁ, ଏବେ ଉଭୟଙ୍କ ପତ୍ତା ମିଳୁନି। ବହୁ ଖୋଜାଖୋଜି ପରେ କିଛି ଉପାୟ ନପାଇ ସେମାନଙ୍କୁ ଖୋଜି ଆଣିଦେବାକୁ କୋହଭରା କଣ୍ଠରେ ଜମ୍ମୁକଶ୍ମୀର ସରକାରଙ୍କୁ ଅପିଲ କରିଛନ୍ତି ସ୍ୱାମୀ।

Advertisment

ପଞ୍ଜାବର ମନଦୀପ ସାଇନି, ତାଙ୍କ ସ୍ତ୍ରୀ ରୁବି। ୬ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା। ଅଗଷ୍ଟ ୧୨ ତାରିଖ ସକାଳ। ରାକ୍ଷୀରେ ସ୍ତ୍ରୀ ରୁବିଙ୍କୁ ବାପ ଘରେ ଛାଡିବାକୁ ପଞ୍ଜାବରୁ ଜମ୍ମୁକଶ୍ମୀରର କିସ୍ତୱାଡା ଜିଲ୍ଲାର ଛାସୋଟି ଗାଁ ଆସିଥିଲେ ମନଦୀପ। ଗୋଟିଏ ଦିନ ରହି ସେ ପଞ୍ଜାବ ଫେରିଯାଇଥିଲେ। ତା’ପର ଦନ ସକାଳେ ରୁବି ତାଙ୍କ ପରିବାର ଲୋକଙ୍କ ସହ ସହ ମିଶି କିସ୍ତୱାଡାରେ ଥିବା ମଚାଇଲ୍‌ ମାତା ମନ୍ଦିର ଯାଇଥିଲେ। ଏତିକି ବେଳେ ହଠାତ୍‌ ଫାଟିଥିଲା ବାଦଲ। ଏଥିରୁ ବର୍ତ୍ତି ଯାଇ ୬ଜଣ ଫେରି ଆସିଥିବା ବଳେ ରୁବି ଓ ତାଙ୍କ ମା’ କିନ୍ତୁ ଆସି ପାରିନାହାନ୍ତି।

୪ଦିନ୍‌ ବିତିଗଲାଣି, ଏଯାଏ ଉଭୟଙ୍କ କିଛି ଖବର ନାହିଁ। ପରିବାର ସଦସ୍ୟଙ୍କର ଅଶା ଓ ଅପେକ୍ଷା ଏବେ କେବଳ ସରକାରଙ୍କୁ। ସେପଟେ ବାଦଲଫଟା ବର୍ଷା ପରେ ଚାରିଆଡେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଉଦ୍ଧାରକାରୀ ଟିମ୍‌।

Advertisment

ଭୂସ୍ୱର୍ଗ ଉପରେ କୋପ କରିଛି ପ୍ରକୃତି । ସ୍ୱର୍ଗ ଏବେ ପାଲଟିଛି ସ୍ମଶାନ। ବାରମ୍ବାର ଫାଟୁଛି ବାଦଲ ଆଉ ତାଣ୍ଡବ ରଚୁଛି ପ୍ରକୃତି। ଅଗଷ୍ଟ ୧୪ ତାରିଖରେ ଜମ୍ମୁ କିସ୍ତୱାଡାରେ ବଦଲ ଫଟା ବର୍ଷା ରଚିଛି ପ୍ରଳୟ। ଏବେ ବି ମାଟିତଳୁ ଜୀବନ ଖୋଜା ଚାଲିଛି । ଏହାରି ଭିତରେ ଆଜି ପୁଣି କାଠୁଆ ଜିଲ୍ଲାରେ କାଳ ହୋଇ ବର୍ଷିଛି ବାଦଲ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ମାଟି ତଳେ ପୋତି ହୋଇଯାଇଛି।

Cloudburst Floods Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ