• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଣ୍ଟରନେଟ୍ ଦୁନିଆ ବଡ ଅଦ୍ଭୁତ । ଏଠାରେ କେତେବେଳେ କ’ଣ ହେଇଯିବ ତାହା କହିପାରିବେ ନାହିଁ । ଲୋକମାନେ ସୋସିଆଲ ମିଡିଆରେ ଷ୍ଟାର୍‌ ହେବା ନେଇ ଏବଂ କିଛି ସମୟ ମଧ୍ୟରେ ଲାଇକ୍ସ ଏବଂ ଫଲୋର୍ସ ବଢେଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଭାଇରାଲ୍‌ ହେବା ଚକ୍କରରେ ବେଳେବେଳେ ଲୋକେ ଏମିତି କିଛି କରନ୍ତି ଯେ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧକୁ ବଢାଇ ଦିଅନ୍ତି ।

ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ମାରାତ୍ମକ ଷ୍ଟଣ୍ଟ୍‌ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ଏକ ଅଦ୍ଭୁତ ପ୍ରକାର ଘଟଣା ସାମ୍ନାକୁ ଆସିଛି । ଜାମିନ ସର୍ତ୍ତ ପାଳନ ପାଇଁ ଭାରତ ମାତାକି ଜୟ କହିଛନ୍ତି ଯୁବକ । ମଧ୍ୟପ୍ରଦେଶର ଜବଲପୁରରେ ଫୈଜଲ ନିଶାର ନାମକ ଜଣେ ବ୍ୟକ୍ତି ପାକିସ୍ତାନ ଜିନ୍ଦାବାଦ, ଭାରତ ମୁର୍ଦ୍ଦାବାଦ କହିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପରେ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ସର୍ତ୍ତ ବାବଦରେ ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତକୁ ଭାରତ ମାତା ଜୟ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜବଲପୁର ଥାନା ପରିସରରେ ଥିବା ତ୍ରିରଙ୍ଗା ପାଖରେ ଭାରତ ମାତା କି ଜୟ କହିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଯୁବକ ଜଣକ ଭାରତ ମାତାକି ଜୟ କହି ୨୧ ଥର ସଲାମ କରି କରିକୋର୍ଟଙ୍କ ଜାମିନ ସର୍ତ୍ତ ପାଳନ କରିଥିଲେ ।

ଆଗକୁ ଏମିତି ଭୁଲ କରିବେ ନାହିଁ ବୋଲି ସେ କହିଥିଲେ । ରିଲ୍ସ ନିଶା ପାଇଁ ଏଭଳି ଭିଡିଓ କରିଥିଲେ ବୋଲି ଉକ୍ତ ଯୁବକ ଜଣକ କହିଛନ୍ତି । ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପାଇଁ ଲୋକ କିଛି ବି କରିବାକୁ ପ୍ରସ୍ତୁତ । ରିଲ୍ସ ନିଶା ଏମିତି ଘାରିଛି ଯେ କିଛି କରିବା ପୂର୍ବରୁ ଥରେ ବି ଚିନ୍ତା କରୁନାହାନ୍ତି । ଅନେକ ସମୟରେ ଷ୍ଟଣ୍ଟ କରି ଜୀବନକୁ ବିପଦରେ ପକାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ପ୍ରାଙ୍କ କରି ଲୋକଙ୍କୁ ଭକୁଆ ବନାଉଛନ୍ତି । ସରକାର ଏହା ବିରୋଧରେ ଆକ୍ସନ ନେବାକୁ ବୁଦ୍ଧିଜୀବୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now