/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679127010.jpg)
Puducherry CM announces free travel hikes widow allowance to Rs 3000
ସରକାରୀ ବସ୍ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ଏହାସହ ବିଧବା ଭତ୍ତା ବୃଦ୍ଧି। ବିଧବା ଭତ୍ତା ୧ ହଜାର ଟଙ୍କାରୁ ବୃଦ୍ଧି ହୋଇ ୩ ହଜାର ଟଙ୍କା ହୋଇଛି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କ ପାଇଁଏହି ମାଗଣା ବସ୍ ଟ୍ରିପ୍ ଘୋଷଣା କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ୧ରେ ବିଧାନସଭା ବେଳ ଏହି ଘୋଷଣା ହୋଇଛି।
ସରକାରୀ ବସ୍ରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ଘୋଷଣା କରାଯାଇଛି। ଏଣିକି ପୁଡୁଚେରୀରେ ମହିଳାମାନେ ସରକାରୀ ବସ୍ରେ ମାଗଣା ଯାତ୍ରା କରିପାରିବେ। ଖାଲି ଏତିକି ନୁହେଁ, ବିଧବା ଭତ୍ତା ୧ ହଜାର ଟଙ୍କାରୁ ବୃଦ୍ଧି ହୋଇ ୩ ହଜାର ଟଙ୍କା ହୋଇଛି। ନୂତନ ଉଦ୍ୟୋଗଗୁଡିକୁ ଆକର୍ଷିତ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ପୁଡୁଚେରୀ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଥାଉ କି, ମାର୍ଚ୍ଚ ୧୩ରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ୧୧,୬୦୦ କୋଟିର ବଜେଟ୍ ଉପସ୍ଥାପନା କରିଥିଲେ। ୧୨ ବର୍ଷ ପରେ ପୁଡୁଚେରୀ ବିଧାନସଭାରେ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହୋଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ରଙ୍ଗାସ୍ୱାମୀ ଘୋଷଣା କରିଥିଲେ, ପବ୍ଲିକ୍ ସ୍କୁଲ୍ରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା କମ୍ପ୍ୟୁଟର ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)