Advertisment

ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ଏହି ସରକାରୀ କର୍ମଚାରୀଙ୍କ ଦରମା...

ସରକାରୀ ସେକ୍ଟରର ୪ଟି ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି। ଏହିସବୁ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।

PSU insurance staff to get 12% pay hike

PSU insurance staff to get 12% pay hike

Advertisment

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି ପାଳନ ହେବ। ହେଲେ ଏହା ପୂର୍ବରୁ ସରକାରୀ ସେକ୍ଟରର ୪ଟି ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ(General Insurance Companies)ର କର୍ମଚାରୀଙ୍କୁ ମୋଦି ସରକାର(Modi Government) ଦୀପାବଳି ଭେଟି ଦେଇଛନ୍ତି। ଏହିସବୁ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।

Advertisment

ସବୁଠାରୁ ବଡ଼ କଥା, ଏହି କର୍ମଚାରୀଙ୍କୁ ଗତ ୫ ବର୍ଷର ଅର୍ଥାତ୍‌ ୨୦୧୭ ମସିହା, ଅଗଷ୍ଟ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏରିଅର (DA Arrears) ମିଳିବ। ଏନେଇ ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ମଧ୍ୟ ଜାରି କରିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆର୍ଥିକ ପାଣ୍ଠି ଉପରେ ୮,୦୦୦ କୋଟି ଟଙ୍କା ଅତିରିକ୍ତ ବୋଝ ବଢ଼ିବ। କର୍ମଚାରୀଙ୍କ ଏରିଅର ସେମାନଙ୍କ କମ୍ପାନୀର ପର୍‌ଫର୍ମାନ୍ସ ଉପରା ନିର୍ଭର କରିଥାଏ। ଏହି DA ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ମିଳିବ।   

ମିଳିବ ୫ ବର୍ଷର ଏରିଅର୍‌...

ଦରମାରେ ଏହି ବୃଦ୍ଧି ୨୦୧୭ ମସିହା, ଅଗଷ୍ଟ ମାସରୁ ପିଛିଲା ଭାବେ ଲାଗୁ କରାଯିବ। ଯେଉଁମାନେ ସେହି ସମୟରେ ଏହି କମ୍ପାନୀ ଗୁଡ଼ିକରେ ଚାକିରି କରୁଥିଲେ, ସେମାନଙ୍କ ପାଇଁ ଏହା ଲାଗୁ ହେବ। ତେଣୁ ଅଧିକାରୀ ଓ କର୍ମଚାରୀଙ୍କୁ ୫ ବର୍ଷର ଏରିଅର୍‌ ମିଳିବ। ବର୍ତ୍ତମାନ ସରକାରଙ୍କ ୪ କମ୍ପାନୀ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ଅନ୍ତର୍ଗତ। ଏଥିରେ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌, ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌, ଦ ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ ଓ ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ ସାମିଲ ରହିଛି।

Advertisment

ପ୍ରତି ୫ ବର୍ଷରେ ସରକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ସଂଶୋଧନ କରାଯାଏ। ବର୍ତ୍ତମାନ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଗୁଡ଼ିକର କର୍ମଚାରୀଙ୍କ ବେତନରେ ପରିବର୍ତ୍ତନ ହୋଇଛି। ହେଲେ ଏହା ୫ ବର୍ଷ ବିଳମ୍ବରେ ହୋଇଛି। 

ସୂଚନାଥାଉ କି, ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାର,ସରକାରୀ କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ। ୪% ମହଙ୍ଗା ଭତ୍ତା ବଢ଼ିଥିଲା। ମହଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ୪୭ ଲକ୍ଷରୁ ଅଧିକ କର୍ମଚାରୀ, ୬୮ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଉପକୃତ ହୋଇଛନ୍ତି। 

Advertisment
Salary Hike Diwali 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ